ଚାଉଳ ବୋଝେଇ ଟ୍ରକ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଏକ ଚାଉଳ ବୋଝେଇ ଟ୍ରକ ସହ ଏକ ମୋଟର ସାଇକେଲର ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି. ଏହି ଜିଲ୍ଲାର ଖଜୁରୀପଦା ଫାଣ୍ଡି ଅଧୀନରେ ଥିବା ତିତିସିଂ ଗ୍ରାମ ନିକଟରେ.ଏହି ଘଟଣାଟି ଆଜି ଘଟିଛି. ସୂଚନା ପ୍ରକାରେ ଟ୍ରକଟି ଗଜପତି ଜିଲ୍ଲାର ଗାରାବନ୍ଧ ଗ୍ରାମ ଠାରୁ ଚାଉଳ ବୋଝେଇ ଲୁହାଗୁଡ଼ି ଗ୍ରାମକୁ ଯାଉଥିବା ବେଳେ ଅପରପକ୍ଷରୁ ଏକ ହୋଣ୍ଡା ମଟର ସାଇକେଲ ଜୋରରେ ଧକ୍କା ଦେଇଥିଲା. ଏଥିରେ ଏହି ଜିଲ୍ଲା ମୋହନା ବ୍ଲକ ଲକ୍ଷ୍ମୀପୁର ଗ୍ରାମର ଚନ୍ଦନ ଲିମା ଓ ମିହିର ଲିମା ପାରଳାଖେମୁଣ୍ଡି ଯାଉଥିବା ବେଳେ ହଠାତ ଏହି ଦୁର୍ଘଟଣା ଘଟିଥିଲା. ଘଟଣା ସ୍ଥଳରେ ଚନ୍ଦନ ଲିମାଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଗୁରୁତର ଅବସ୍ଥାରେ ଅଞ୍ଚଳବାସୀଙ୍କ ସହାୟତାରେ ଖଜୁରୀପଦା ଡାକ୍ତରଖାନାରେ ଚିକିତ୍ସତ ହେଉଛନ୍ତି. ଘଟଣା ନେଇ ଖଜୁରୀପଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ପରେ ଏକ ମକଦ୍ଦ୍ୱମା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି.


