ଜୀବିକା ସଂରକ୍ଷଣ ସୁବ୍ୟବସ୍ଥା ନେଇ ସମନ୍ୱୟ ବୈଠକ
ଛତ୍ରପୁର, (ଓ୍ବାଇଏନଏସ): ମା ମାଟି ର ସୁରକ୍ଷା ଏବଂ ଜଳ, ଜୀବିକା,ସଂରକ୍ଷଣ ଓ ମାର୍କିଟିଂ ର ସୁବ୍ୟବସ୍ଥା କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଅପରାହ୍ନ ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସମ୍ମିଳନୀ କକ୍ଷ ଠାରେ ଋଷିକୂଲ୍ୟା ରୟତ ମହାସଭା,ଜିଲ୍ଲାର ବିଭିନ୍ନ ଚାଷୀ ପ୍ରତିନିଧି ଏବଂ ବିଭିନ୍ନ ଲାଇନଡିପାର୍ଟମେଣ୍ଟ ର ଅଧିକାରୀ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ ) ସଚ୍ଚିଦାନନ୍ଦ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକ କିପରି ପର୍ଯ୍ୟାୟ କ୍ରମେ ସମାଧାନ ହେବ ଏବଂ ବିଭିନ୍ନ ଲାଇନଡିପାର୍ଟମେଣ୍ଟ ର ଅଧିକାରୀ ମାନେ ନିଜ ନିଜ ଭିତରେ ସମନ୍ୱୟ ରଖି ଚାଷୀଙ୍କ ହିତ ନିମନ୍ତେ କାମ କରିବେ ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l ଏହା ସହିତ ସରକାରୀ ଯୋଜନାଗୁଡିକ କେବେ କୋ କୋ ତାରିଖ ରେ ସୁବିଧା ଉପଲବ୍ଧ ହେଉଛି ଏହାର ତାଲିକା ପ୍ରସ୍ତୁତ କରିବା ସହିତ ସଠିକ ହିତାଧିକାରୀ ମାନେ ଏହାର କିପରି ଲାଭ ପାଇବେ ତାହା ଉପରେ କାମ କରିବାକୁ ସେ କହିଥିଲେ l ଚାଷ ଏବଂ ଚାଷୀ ମାନଙ୍କ ବିଭିନ୍ନ ସୁବିଧା ନିମନ୍ତେ ଆଲୋଚନା ହେବା ସହିତ କେତକ କାର୍ଯ୍ୟ ଗୁଡିକ ଆଗାମୀ ଦିନ ରେ କାର୍ଯ୍ୟକ୍ଷମ କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ କରାଯାଇଥିଲା l ଗତ ଖରିଫ ଋତୁ ଚାଷୀ ମାନଙ୍କ କଣ କଣ ସମସ୍ୟା ହୋଇଥିଲା ତାହା କିପରି ଚଳିତ ବର୍ଷ ସମାଧାନ କରାଯିବ ସେଥିପାଇଁ ରୁଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ,ଚାଷୀ ପ୍ରତିନିଧି ଓ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା l ଗଞ୍ଜାମ ଜିଲ୍ଲା ହେଉଛି କୃଷି ପ୍ରାଧାନ୍ୟ ଜିଲ୍ଲା, ଏଠି କୃଷି ର ବିକାଶ ହେଲେ ଜିଲ୍ଲାର ବିକାଶ ହେବ l ମାତ୍ର ଜିଲ୍ଲାରେ ଏବେ ଵି କ୍ଷେତ କୁ ଜଳ ସେଚନ ର ଘୋର ଅଭାବ ରହିଛି l ଏହାକୁ ସଠିକ ଭାବେ କାର୍ଯ୍ୟକ୍ଷମ କରିବାକୁ ପଡିବ l ସଠିକ ସମୟରେ ରକ୍ଷଣା ବେକ୍ଷଣା ହୋଇପାରିବ l କୃଷି ଅଧିକାରୀ ମାନେ କ୍ଷେତ ପରିଦର୍ଶନ କରି ପ୍ରକୃତ ଚାଷୀ ଏବଂ ହିତାଧିକାରୀ ମାନଙ୍କ ସହିତ ମିଶି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ସଚେତନତା କରିବାର ଆବଶ୍ୟକତା ରହିଛି l ଏହା ସହିତ ପରିବେଶ ପରିବର୍ତ୍ତନ ଅନୁଯାୟୀ କେତେବେଳେ କେଉଁ ଚାଷ କରିବାର ଆବଶ୍ୟକ ତାହା ଉପରେ ଚାଷୀଙ୍କୁ କହିବାର ରହିଛି l ସେହିପରି କେଉଁ ମାଟି ରେ କଣ ଚାଷ କରାଯିବ l ତାହା ଉପରେ ମାଟି ର ସଠିକ ପରୀକ୍ଷା କରିବାର ମଧ୍ୟ ଆବଶ୍ୟକତା ରହିଛି l ସାର, ବିହନ ଧନିଛା ଭଳି ଆବଶ୍ୟକତା ଏବଂ ଜୈବିକ ପଦ୍ଧତି ରେ ଚାଷ ଓ ପ୍ରାକୃତିକ ଚାଷ ଉପରେ ମଧ୍ୟ ବହୁ ଚାଷୀ ନେତା ଏବଂ ପ୍ରତିନିଧି ମାନେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ଏହା ସହିତ ଛତ୍ରପୁର ବ୍ଲକ ର କରାତଳି ଗାଁ ରେ କୃଷକ କ୍ଳବ ପକ୍ଷରୁ ୬୫/୭୦ ଜଣ କୃଷକ ମିଶିକି ଜୈବିକ ପଦ୍ଧତି ରେ କରିଥିବା ପନିପରିବା ଚାଷ ସମ୍ପର୍କ ମଧ୍ୟ ଚାଷୀ ପ୍ରତିନିଧି ଏସ. ସଂଜୀବ ରେଡ୍ଡୀ କହିଥିଲେ l ଏନେଇ ଉକ୍ତ ଅଂଚଳ କୁ ଶୁକ୍ରବାର ଦିନ ବିଭିନ୍ନ ଲାଇନଡିପାର୍ଟମେଣ୍ଟ ଅଧିକାରୀ ମାନେ ପରିଦର୍ଶନ କରି ଏହାର ଅନୁଭୂତି ଏବଂ ଚାଷ କରିବା ପଦ୍ଧତି ଦେଖିବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ l ଉଠାଜଳ ସେଚନ ପକ୍ଷରୁ ସମସ୍ତ ଏଲ ଆଇ ପଏଣ୍ଟ ଗୁଡିକୁ କିପରି ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି l ଦିନକୁ ଦିନକୁ ଗ୍ରାଉଣ୍ଡ ୱାର୍ଟର କମି କମି ଯାଉଥିବା ରୁ ବର୍ଷାଜଳ ର ସଂରକ୍ଷଣ ଏବଂ ୱାର୍ଟର ରୀଚାର୍ଜ ଉପରେ ଗୁରୁତ୍ୱ ଦିଆଯାଇଛି l ଚେକ ଡ୍ୟାମ ଗୁଡିକ ବହୁ ବର୍ଷ ଧରି ଭାଙ୍ଗି ପଡିଛି ଏହାର ମରାମତି କରିବାକୁ ପଡିବ l ଚାଷୀ ମାନଙ୍କୁ ପ୍ରଥମେ ବିଭିନ୍ନ ବିଷୟରେ ତାଲିମ ଦେବା ର ନିହାତି ଆବଶ୍ୟକ ରହିଛି l ଗଞ୍ଜାମ ବ୍ଲକ ସହିତ ଅନ୍ୟାନ୍ୟ ବ୍ଲକ ଗୁଡିକ ବହୁ ଚାଷୀ ମାନେ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି l ସେମାନଙ୍କୁ ପାଣି ଓ ବିଦ୍ୟୁତ ସବୁବେଳେ ସମସ୍ୟା ରହୁଛି l ଉତ୍ପାଦନ ହେଲେ ସଠିକ ମାର୍କେଟିଙ୍ଗ ବ୍ୟବସ୍ଥା ନାହିଁ ଯାହାଫଳରେ ଅଭାବୀ ର ବିକ୍ରି ହେଉଛନ୍ତି ଚାଷୀ l ଏହାର ସୁବ୍ୟବସ୍ଥା କରିବା ସହିତ ଶୀତଳ ଭଣ୍ଡାର ଗୁଡିକ ଖୋଲିବା ନିମନ୍ତେ ଚାଷୀ ପ୍ରତିନିଧି କହିଥିଲେ l ନିମ୍ବ ସହିତ ବିଭିନ୍ନ ଆବଶ୍ୟକୀୟ ବୃକ୍ଷ ରୋପଣ କରିବା ସହିତ ଖତ ଉପରେ ଗୁରୁତ୍ୱ ଦେବାକୁ ପଡିବ l ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ବଜ୍ୟବସ୍ତୁ ପାଣି ଗୁଡିକ ବିଲ ଗୁଡିକୁ ଛଡା ଯାଉଛୁ l ଯାହାଫଳ ରେ ଚାଷୀମାନେ ବହୁତ ଅସୁବିଧା ହେଉଛନ୍ତି ବୋଲି ମଧ୍ୟ ଅଂଚଳ ର ଚାଷୀ ମାନେ ଅଭିଯୋଗ କରିଥିଲେ l ଏହା ସହିତ ବହୁ ସ୍ଥାନରେ ସରକାରୀ ବୋରୱେଲ ଅକ୍ଷମ ହୋଇ ପଡିଛି l ଏହାକୁ ସଜାଡ଼ିବାକୁ ପଡିବ ବୋଲି ମଧ୍ୟ ଆଲୋଚନା ହୋଇଛି l ଏ ସମସ୍ତ ଆଲୋଚନା ସମ୍ବଦ୍ଧରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ଜିଲ୍ଲାପାଳଙ୍କୁ ଅବଗତ କରାଇବେ l ଆଗାମୀ ଦିନ ରେ ଜିଲ୍ଲାପାଳ ପରବର୍ତୀ ବୈଠକ କରିବେ ବୋଲି ମଧ୍ୟ ସୂଚନା ମିଳିଛି l ଆଗାମୀ ଦିନ ରେ ଏକ୍ସପୋଜଭିଜିଟ ବହୁ ଅଧିକାରୀ ଏବଂ ଚାଷୀ ମାନେ ବରଗଡ଼ ଏବଂ ଅନ୍ୟାନ୍ୟ ଅଂଚଳ ର ପରିଦର୍ଶନ କରି ଚାଷ ପଦ୍ଧତି ସମ୍ପର୍କ ଜାଣିବେ l ଏହି ବୈଠକ ରେ ଓରମାସ ର ଡେପୁଟି ଡାଇରେକ୍ଟର ଡ଼ଃ ରାଜ ଗୋପାଳ ଦାଶ, ଉଦ୍ୟାନ ବିଭାଗ ର ଉପନିର୍ଦେଶକ କନ୍ଦ ଜେନା, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସନ୍ତୋଷ କୁମାର ରଥ ଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ l ପ୍ରାରମ୍ଭ ରେ ଗଞ୍ଜାମ ଜିଲ୍ଲା ସର୍ବ ଶ୍ରେଷ୍ଠ ଦ୍ୱତୀୟ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିବାରୁ ରୁଷି କୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମାଞ୍ଚଳ ନାହାକ ଏବଂ ଚାଷୀ ପ୍ରତିନିଧି ମାନେ ଗଞ୍ଜାମ ଜିଲ୍ଲାପାଳ ଏବଂ ତାଙ୍କ ଟିମ ଧନ୍ୟବାଦ ଜଣାଇଥିଲେ l ଏହା ସହିତ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ l


