ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ : ପରିବାର ବର୍ଗକୁ ଭେଟିଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲାପାଳ ଓ ସିଡିଓ
ଛତ୍ରପୁର (ଓ୍ବାଇଏନଏସ) : ଗତ ବୁଧବାର ଛତ୍ରପୁର ପୌର ପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଅକାଳ ରେ ବିୟୋଗ ଘଟିଥିଲା । ଏ ନେଇ ଛତ୍ରପୁର ଓ ଆଖପାଖ ଅଂଚଳ ରେ ଶୋକ ଛାୟା ଖେଳିଯାଇଥିଲା । ଶନିବାର ସ୍ବର୍ଗତ ଅଧ୍ୟକ୍ଷା ଙ୍କ ଛତ୍ରପୁର ଚର୍ଚ୍ଚ ରୋଡ଼ ସ୍ଥିତ ବାସଭବନ ରେ ଓଡିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପହଁଚି ଶୋକାକୁଳ ପରିବାରବର୍ଗ ଙ୍କୁ ଭେଟି ସମ ବେଦନା ଜଣାଇଛନ୍ତି । ଏହା ସହିତ ବାସଭଵନ ରେ ଥିବା ସ୍ବର୍ଗତ ଅଧ୍ୟକ୍ଷା ଙ୍କ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ସହିତ ବ୍ରହ୍ମପୁର ସାଂସଦ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ, ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଅଧ୍ୟକ୍ଷା ଙ୍କ ସ୍ୱାମୀ ବଜେପି ଯୁବ ନେତା କେ. ଚନ୍ଦ୍ର ଶେଖର ରେଡ୍ଡୀ ଙ୍କୁ ଭେଟି ସମ ବେଦନା ଜଣାଇଥିଲେ।


