ନୂତନ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ସମ୍ବର୍ଦ୍ଧନା

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ନୂତନ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଥିବା ଶିକ୍ଷାବିଭାଗର ଦକ୍ଷ, ସଚ୍ଚୋଟ ଓ କର୍ତ୍ତବ୍ୟନିଷ୍ଟ ଅଧିକାରୀ ରୂପେ ପରିଚିତ ଥିବା ଶ୍ରୀ ସୁଜିତ୍‍ କୁମାର ପାଢୀଙ୍କୁ ଆସିକା ଶିକ୍ଷାବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ବିଭାଗୀୟ କର୍ମଚାରୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ବହୁ ଶିକ୍ଷକ ପୁଷ୍ପଗୁଚ୍ଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଗୋଷ୍ଟୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ନୋଡାଲ୍‍ ହାଇସ୍କୁଲ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲର ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର ଏବଂ ଜି.ଆନନ୍ଦ ପାତ୍ର, ଆସିକା ଶିକ୍ଷାବିଭାଗର କର୍ମଚାରୀ କେ.ଶ୍ରୀନିବାସ ରାଓ, ଅନିଲ କୁମାର ଜେନା, ମନୋଜ କୁମାର ବେହେରା, ମନୋଜ କୁମାର ବିଶ୍ୱାଳ, ସୋମନାଥ ପ୍ରଧାନ, ହେମନ୍ତ କୁମାର ନନ୍ଦ, ମନ୍ଦାକିନୀ ରଥ, ଅମୂଲ୍ୟ କୁମାର ଦାଶ, ସନ୍ତୋଷ କୁମାର ପଟ୍ଟନାୟକ, ଚିନ୍ମୟ କୁମାର ପ୍ରଧାନ, ଭାଗ୍ୟଲତା ଲେଙ୍କା, ସୌଭାଗ୍ୟବତୀ ଦେବୀଙ୍କ ସମେତ ଶିକ୍ଷା ବିଭାଗର ବହୁ କର୍ମଚାରୀ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିବା ଦେଖିବାକୁ ମିଳିଥିଲା। ସାନଖେମୁଣ୍ଡି ବ୍ଳକ ଅନ୍ତର୍ଗତ କଙ୍କୋରଡା ଗ୍ରାମ ସ୍ଥିତ ଏନ୍‍ବି ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ରୂପେ ଅବସ୍ଥାପିତ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଶିକ୍ଷାବିଭାଗର ବରିଷ୍ଠ ପଦାଧିକାରୀ ସୁଜିତ୍‍ କୁମାର ପାଢୀଙ୍କୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ଆସିକାର ନୂତନ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଆସିକାର ନୂତନ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରୂପେ ଦାୟିତ୍ୱ ଗ୍ରହଣ କରିଥିବା ଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ସୁଜିତ୍‍ କୁମାର ପାଢୀ ଆସିକା ବିଇଓ କାର୍ଯ୍ୟାଳୟ ଅଧୀନସ୍ଥ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାକୁ କିପରି ଆହୁରି ସୁଦୃଢ କରାଯାଇପାରିବ ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକର ସଫଳ ରୂପାୟନ କରି ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଆସିକା ବିଇଓ କାର୍ଯ୍ୟାଳୟକୁ ରାଜ୍ୟର ଏକ ଶ୍ରେଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟରେ ପରିଗଣିତ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିବା ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀ ଓ ଶିକ୍ଷକମାନେ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ