ନାବାଳିକାକୁ ବ୍ଲାକମେଲିଂ କରିବା ଅଭିଯୋଗ: ଜଣେ ନାବାଳକକୁ ପଠାଗଲା ବାଳସୁଧାର ଗୃହ
ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଜଣେ ନାବାଳିକାଙ୍କୁ ବ୍ଲାକମେଲିଂ ଅଭିଯୋଗରେ ଜଣେ ନାବାଳିକାଙ୍କୁ ପାରଳାଖେମୁଣ୍ଡି ପୋଲିସ ନାବାଳକ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ରେ ହାଜର କରି ବ୍ରହ୍ମପୁରସ୍ଥିତ ଜୁଭେନାଇଲ୍ ହୋମ୍କୁ ପଠାଇଥିବା ଜଣାପଡ଼ିଛି। ଉଭୟ ନାବାଳକ ଓ ନାବାଳିକା ଗୋଟିଏ ସହରର ବାସିନ୍ଦା। ବିଭିନ୍ନ ମାଧ୍ୟମରେ ନାବାଳକ ଜଣକ ସେହି ନାବାଳିକାଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡ଼ିଓ ସଂଗ୍ରହ କରିଥିଲା | ପରବର୍ତ୍ତୀ ସମୟରେ ସେହି ଫଟୋ ଓ ଭିଡ଼ିଓକୁ ନେଇ ତାଙ୍କୁ ବ୍ଲାକମେଲ୍ କରିବା ସାଙ୍ଗକୁ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରି ଶୋଷଣ କରୁଥିଲା। ନାବାଳିକା ଜଣକ ଭୟ ଓ ମାନସିକ ଚାପରେ ରହୁଥିଲେ। ଉକ୍ତ ଫଟୋ ଓ ଭିଡ଼ିଓ ଅନ୍ୟ ବ୍ୟକ୍ତିଙ୍କ ମୋବାଇଲରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ପରିବାରବର୍ଗ ଅବଗତ ହୋଇଥିଲେ। ଏହାପରେ ପରିବାରର ପରାମର୍ଶ ଅନୁଯାୟୀ ନାବାଳିକାଙ୍କ ପରିବାର ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ. କେସ ନମ୍ବର ୨୪୯ରେ ମାମଲା ରୁଜୁ ପରେ ପୋଲିସ ନାବାଳକକୁ କାବୁ କରି ତଦନ୍ତ ଆରମ୍ଭ କରିଥିଲା | ଅଭିଯୋଗର ସତ୍ୟତା ଜଣାପଡ଼ିବା ପରେ ତାକୁ ବ୍ରହ୍ମପୁର ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।


