ଶ୍ରୀଦଧିବାବନଜୀଉଙ୍କ ସ୍ନାନପୂର୍ଣ୍ଣିର୍ମା

କେନ୍ଦ୍ରାପଡ଼ା,(ଚିତ୍ତରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ଲାହାଖଣ୍ଡ ଭରତପୁର ଗ୍ରାମରେ ଥିବା ଶ୍ରୀଦଧିବାବନଜୀଉଙ୍କ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ରୀତିନୀତି ଅନୁଯାଇ ଅନୁଷ୍ଠିତ ହୋଇଯାଇଛି । ସୋମବାର ପୂର୍ବାହ୍ନରେ ଶ୍ରୀଦଧିବାବନଜୀଉଙ୍କ ବଳଦେବ, ଜଗନ୍ନାଥ ଓ ସୁଭଦ୍ରା ତ୍ରିମୂର୍ତ୍ତିଙ୍କୁ ପହଣ୍ଡି କରାଯାଇ ମନ୍ଦିରରୁ ସ୍ନାନବେଦୀକୁ ଅଣାଯାଇଥିଲା । ସେଠାରେ ଖିର ଓ ଚନ୍ଦନ ଜଳରେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା । ଏଥିସହ ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି କରାଯିବା ପରେ ଶ୍ରୀଜୀଉମାନଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ଶ୍ରୀଜୀଉଙ୍କ ଏହି ବେଶକୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଗ୍ରାମ ଗୁଡିକରୁ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଭରତପୁର ଗ୍ରାମରେ ଥିବା ଶ୍ରୀଜୀଉଙ୍କ ମନ୍ଦିରକୁ ଆସି ସ୍ନାନ ପୂର୍ଣ୍ଣିମା ଦେଖି ପ୍ରଭୁଙ୍କ ଆଶୀର୍ବାଦ ଲାଭ କରିଥିଲେ । ୧୫ ଦିନ ଧରି ପ୍ରଭୂ ଶ୍ରୀ ଦଧିବାବନଜୀଉ ଅଣବସର ଘରେ ରହିବେ । ଏହାପରେ ନୋତ୍ରାତ୍ସବ, ଶ୍ରୀଗୁଣ୍ଡିଚା ଯାତ୍ରା ପରେ ବାହୁଡାରେ ଶ୍ରୀଜୀଉମାନେ ମନ୍ଦିରକୁ ବିଜେ କରିବେ ବୋଲି ପୂଜକ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦାଶ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ