ସୂଚନା ଫଳକ ନିର୍ମାଣକୁ ବିରୋଧ: ବିଡ଼ିଓଙ୍କୁ ଲିଖିତ ଅଭିଯୋଗର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ ବୟାଙ୍ଗଡ଼ିହ ପଞ୍ଚାୟତର ନୂଆଗାଁ ଗ୍ରାମର ସେକ ଅଜଗର ଅଲ୍ଲୀଙ୍କ ନିଜ ସ୍ଥିତିବାନ ଜମି ଉପରେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାରେ ଭୋଗ ମଣ୍ଡପ ପ୍ରକଳ୍ପ ପାଇଁ ଫଳକ ନିର୍ମାଣ କାର୍ଯ୍ୟ ଆରମ୍ଭରୁ ବିରୋଧ କରିବା ସହ ଗତ ଗୁରୁବାର ଧାମନଗର ବିଡିଓ ବନବିହାରୀ ଦିନ୍ଦାଙ୍କ ଭେଟି ଲିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ମୌଜାର ଖାତା ପୈତୃକ ମୁତାବକ,ବୟାଙ୍ଗଡିହ ମୌଜା ନଂ. ୩୮୮ ଓ ପ୍ଲଟ୍ ନଂ ୩୧୧ ସ୍ଥିତିବାନ ସମ୍ପତ୍ତି ଅଭିଯୋଗକାରୀଙ୍କ ସାଆଁତ ସେକ ହେଦାତଙ୍କ ବାପା ସାହେବ ଜାନ ଓ ଅନ୍ୟମାନଙ୍କ ନାମରେ ରହିଛି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆର୍ଥକ ବର୍ଷ ୨୦୨୫-୨୬ରେ ଅଟକଳ ମୂଲ୍ୟ ୩ ଲକ୍ଷ ୩୨ ହଜାର ଟଙ୍କା ବ୍ୟୟରେ ଉକ୍ତ ପ୍ଲଟ୍ ଉପରେ ଏକ ଭୋଗ ମଣ୍ଡପ ପାଇଁ ସୂଚନା ଫଳକ ନିର୍ମାଣ କରାଯାଇଛି। ଏହା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ପ୍ରଭାସ ବେହେରା କହିଛନ୍ତି ଘଟଣା ସମ୍ପର୍କରେ ବିଡିଓ ମୋତେ ଅବଗତ କରାଇଛନ୍ତି। ତେବେ ଏହି ଘଟଣାର ଆର୍ଆଇ ତଦନ୍ତ କରି ରିପୋର୍ଟ ଦେଲା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀ ଓ ଯନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


