ଲାଲାଗୋର୍ଜି ଛକ ଆଡପ ମଣ୍ଡପର ପୁନରୁଦ୍ଧାର ପ୍ରତିଷ୍ଠା ଉତ୍ସବ

ଆସିକା (ୱାଇଏନ୍‍ଏସ୍‍) : ଆସିକା ସହରର ସୁନାମ୍ବ ସାହି ନିକଟରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଜଗତରନାଥ ଜଗନ୍ନାଥ ପ୍ରତ୍ୟେକ ବର୍ଷ ରଥଯାତ୍ରା ସମୟରେ ରତ୍ନବେଦିରୁ ଓହ୍ଲାଇ ରଥାରୁଢ ହୋଇ ନବଦିନାତ୍ମକ ଯାତ୍ରାରେ ଆସି ଲାଲାଗୋର୍ଜି ଛକ ସ୍ଥିତ ଆଡପ ମଣ୍ଡପରେ ବିଜେ କରିଥାନ୍ତି । ଆସିକା ବିଧାୟକଙ୍କ ହାତପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରେ ପୁନରୁଦ୍ଧାର କରାଯାଇଥିବା ଲାଲାଗୋର୍ଜି ଛକ ସ୍ଥିତ ଆଡପ ମଣ୍ଡପର ପ୍ରତିଷ୍ଠା ଉତ୍ସବ ବୁଧବାର ଆଷାଢ ଶୁକ୍ଳ ଅମାବାସ୍ୟା ତିଥି ମାହେନ୍ଦ୍ର ବେଳାରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆସିକା ଅଞ୍ଚଳର ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ ଏବଂ ସହଯୋଗୀ ପଣ୍ଡିତ ହିମାଂଶୁ ସାମନ୍ତରାଙ୍କ ମନ୍ତ୍ରୋଚାରଣରେ ଆଡପ ମଣ୍ଡପର ପୁନରୁଦ୍ଧାର ମଣ୍ଡପର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ଆସିକା ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀ ଆଧ୍ୟାତ୍ମିକପ୍ରେମୀ କିଶୋର ଚନ୍ଦ୍ର ପାଣିଗ୍ରାହୀ ଏବଂ ତାଙ୍କ ସହଧର୍ମିଣୀ ଶ୍ରଦ୍ଧାଳୁ ଭକ୍ତ ବିଷ୍ଣୁପ୍ରିୟା ବିଷୋୟୀ ନିଷ୍ଠାର ସହ ରହି ହୋମଯଜ୍ଞ କାର୍ଯ୍ୟକ୍ରମରେ ଦାୟିତ୍ୱ ନିର୍ବାହ କରିଥିବା ଦେଖିବାକୁ ମିଳିଥିଲା । ଆସିକା ପୌର ପରିଷଦର ୭ ନମ୍ବର ୱାର୍ଡ ଅଧିନସ୍ଥ ଲାଲାଗୋର୍ଜି ଛକ ସ୍ଥିତ ଆଡପ ମଣ୍ଡପର ପୁନରୁଦ୍ଧାର ପ୍ରତିଷ୍ଠା ଉତ୍ସବରେ ସମାଜସେବୀ ସଙ୍ଗୀତ୍‍ କୁମାର ପାଢୀ, ସୁନାମ୍ବ ସାହି ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟି ଆଇନଜୀବୀ ନାରାୟଣ ମୁନି, ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତି, ବିଜୟ କୁମାର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ନାୟକ, ପ୍ରଭାତ କୁମାର ପାଢୀ, ନାରାୟଣ ସ୍ୱାଇଁ, ସନ୍ତୋଷ କୁମାର ମିଶ୍ର, ଅନିଲ୍‍ କୁମାର ସ୍ୱାଇଁ, ସମାଜସେବୀ ଅଶୋକ କୁମାର ପାଣିଗ୍ରାହୀଙ୍କ ସମେତ ବହୁ ସଚେତନ ନାଗରିକ ଯୋଗଦେଇ ଜଗତକର୍ତ୍ତା ମହାପ୍ରଭୂ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ମଙ୍ଗଳ ଓ ସୁଖସମୃଦ୍ଧି କାମନା କରିଥିବା ଦେଖିବାକୁ ମିଳିଥିଲା । ଲାଲାଗୋର୍ଜି ଛକ ଆଡପ ମଣ୍ଡପର ପୁନରୁଦ୍ଧାର ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ପରିଲକ୍ଷିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ