ଆଜି ପ୍ରସିଦ୍ଧ ଘୋଷଯାତ୍ରା

ଆସିକା  (ୱାଇଏନ୍‍ଏସ୍‍):ଆଜି ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ବିଶ୍ୱନିୟନ୍ତାଙ୍କ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ-ଭଗବାନଙ୍କ ମହାମିଳନ ଦେଖିବାକୁ ମିଳିବ । ଗୁରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଜଗତକର୍ତ୍ତା ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଗୁଡିକ ଚଳଚଞ୍ଚଳ ଓ ଉତ୍ସବମୁଖର ହୋଇଉଠିଛି । ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ଦାରୁଦିଅଁ ରତ୍ନବେଦୀରୁ ଓହ୍ଲାଇ ଆସି ଭକ୍ତଙ୍କୁ ଦର୍ଶନ ଦେବା ସହ ରଥାରୁଢ ହୋଇ ମାଉସୀ ମା ମନ୍ଦିରକୁ ନବଦିନାତ୍ମକ ଯାତ୍ରା କରିବେ । ରଥଯାତ୍ରା ପାଇଁ ଶ୍ରଦ୍ଧାଳୁ ଭକ୍ତ ଓ ସେବକମାନଙ୍କ ବ୍ୟାକୁଳତା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ବ୍ରହ୍ମାଣ୍ଡକର୍ତ୍ତା ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ତଥା ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ସଂପନ୍ନ କରିବା ସକାଶେ ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଦେଖିବାକୁ ମିଳୁଛି । କାଳିଆ ସାଅନ୍ତଙ୍କ ପ୍ରସିଦ୍ଧ ଘୋଷଯାତ୍ରାରେ ପ୍ରବଳ ଜନସମାଗମ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଟ୍ରାଫିକ୍‍ ସମସ୍ୟାକୁ ସୁବ୍ୟବସ୍ଥିତ କରିବା ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି । ପ୍ରସିଦ୍ଧ ରଥଯାତ୍ରା ଅବସରରେ ଆସନ୍ତାକାଲି ନବଦିନାତ୍ମକ ଯାତ୍ରାରେ ବାହାରିବେ ମହାବାହୁ । କୋଟି କୈବଲ୍ୟନାଥ ଜଗତକର୍ତ୍ତା ମହାବାହୁ ଶ୍ରୀ ଜଗନ୍ନାଥଙ୍କ ମାନବୀୟ ଲୀଳା ଅନନ୍ୟ । ଆସନ୍ତାକାଲି ଠାରୁ ନବଦିନବ୍ୟାପୀ ରତ୍ନ ସିଂହାସନ ଛାଡି ଜନସମୂଦ୍ରକୁ ଆସିବେ କାଳିଆ ସାଅନ୍ତ । ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥୀରେ ଧରି ରତ୍ନ ସିଂହାସନରୁ ଓହ୍ଲାଇ ଆସିବା ଜଗତକର୍ତ୍ତା ଜଗନ୍ନାଥ । ଆସନ୍ତାକାଲି ଅର୍ଥାତ୍‍ ଗୁରବାର ଠାରୁ ବ୍ରହ୍ମାଣ୍ଡକର୍ତ୍ତାଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ସାଅନ୍ତ । ଆଷାଢ ଶୁକ୍ଳ ଦ୍ୱିତୀୟ ତିଥିରେ ଗୁରବାର ବିଶ୍ୱନିୟନ୍ତାଙ୍କ ପ୍ରସିଦ୍ଧ ରଥଯାତ୍ରାରେ ଭକ୍ତ-ଭଗବାନଙ୍କ ମହାମିଳନ ଦେଖିବାକୁ ମିଳିବ । ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଜଗତକର୍ତ୍ତା ଜଗନ୍ନାଥଙ୍କ ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ସକାଶେ ଆସିକା ସମବାୟ ଚିନିଶିଳ୍ପ ଶ୍ରୀ ଜଗନ୍ନାଥ ସଂସ୍ଥାପନ ସମିତିର ସଭାପତି ତଥା ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ଉପସଭାପତି ସନ୍ତୋଷ କୁମାର ମଲିକ, କାର୍ଯ୍ୟକାରୀ ଉପସଭାପତି ପ୍ରଶାନ୍ତ କୁମାର କର, ସଂପାଦକ ତଥା ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ସହ ସଂପାଦକ ବାସୁଦେବ ସ୍ୱାଇଁ, କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, ସଦସ୍ୟ ଦିଲୀପ କୁମାର ସ୍ୱାଇଁ, ଅରୁଣ କୁମାର ପାତ୍ର, ଅକ୍ଷୟ କୁମାର ସ୍ୱାଇଁ, ଶ୍ରୀନିବାସ ମହାପାତ୍ର, କେଦାରନାଥ ସାହୁ, ଶ୍ରୀପଲୀ ସୁନ୍ଦର ଦାଶ, ରାମପ୍ରସାଦ ଶତପଥୀ, ବାଇଧର ନାହାକ, ଦାମୋଦର ସିୟ, ଲମ୍ବୋଦର ସାବତ, ଜୟରାମ ଯାଦବ, ଅନିଲ୍‍ କୁମାର ଦାଶ, କୃଷ୍ଣଚନ୍ଦ୍ର ଲେଙ୍କାଙ୍କ ସମେତ ସମବାୟ ଚିନିଶିଳ୍ପର ବହୁ କର୍ମଚାରୀ ଓ ସ୍ଥାନୀୟ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ