୬୬ ମୋବାଇଲ ଫୋନ ଉଦ୍ଧାର: ହିତାଧିକାରୀଙ୍କୁ ହସ୍ତାନ୍ତର କଲା ପୁଲିସ

ଛତ୍ରପୁର,(ଓ୍ବାଇଏନଏସ): ଆଧୁନିକ ବୈଷୟିକ ଜ୍ଞାନକୌଶଳ ଦ୍ଵାରା ଛତ୍ରପୁର ଉପଖଣ୍ଡ ପୁଲିସ କୁ ବଡ଼ ସଫଳତା ଆଣିଦେଇଛି। ଛତ୍ରପୁର ଉପଖଣ୍ଡ ପୁଲିସ ପକ୍ଷରୁ ହଜିଥିବା ୬୬ଟି ମୋବାଇଲ ଉଦ୍ଧାର କରି ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛି। ପୁଲିସର ଏହି ସଫଳତାକୁ ନେଇ ହିତାଧିକାରୀମାନେ ଖୁସିବ୍ୟକ୍ତ କରିଛନ୍ତି। ଉଦ୍ଧାର ମୋବାଇଲ ମଧ୍ୟରୁ ଆନ୍ଧ୍ରପ୍ରଦେଶର ୩ଜଣ, ପଶ୍ଚିମବଙ୍ଗ  ଓ ମହାରାଷ୍ଟ୍ର ରାଜ୍ୟର ଗୋଟିଏ ଲେଖାଏଁ ହିତାଧିକାରୀ ଅଛନ୍ତି। ମୋବାଇଲ ହସ୍ତାନ୍ତର ମେଳାରେ ସେମାନେ ଉପସ୍ଥିତ ହୋଇ ପାରିନଥୁବା ଯୋଗୁଁ ସେମାନଙ୍କୁ ଅଞ୍ଚଳର ଥାନା ଫୋନ୍ ପଠାଇବା ବ୍ୟବସ୍ଥା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଛତ୍ରପୁର ସାଇବର ଥାନା ୫୦ ଟି, ଛତ୍ରପୁର ଥାନା ୩ ଟି, ଗଞ୍ଜାମ ଥାନା ୩ ଟି, ଚମାଖଣ୍ଡି ଥାନା ୨ ଟି, ଖଲ୍ଲିକୋଟ ଥାନା ୬ ଟି ଏବଂ ରମ୍ଭା ଥାନା ୨ ଟି ମୋବାଇଲ ଉଦ୍ଧାର କରିଛନ୍ତି।  ପ୍ରାୟ ୨୦ ଲକ୍ଷ ଟଙ୍କାର ମୋବାଇଲ ଇତିମଧ୍ୟରେ ଉଦ୍ଧାର ହୋଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଯାଞ୍ଚ କରି ହଜିଯାଇଥିବା ମୋବାଇଲ ଉଦ୍ଧାର କରାଯାଇଛି। ଆଗକୁ ମଧ୍ୟ ଏହିଭଳି ଉଦ୍ଧାର ପ୍ରକ୍ରିୟା ଜାରି ରହିବ ବୋଲି ଛତ୍ରପୁର ଏସଡିପିଓ ଚନ୍ଦନ ଘଡ଼ାଇ ଛତ୍ରପୁର ସ୍ଥିତ ସାଇବର ଥାନାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀ ତାହା ପ୍ରକାଶ କରିଛନ୍ତି। ଏହି ଅବସରରେ ସାଇବର ଥାନାଧିକାରୀ ଜ୍ୟୋତି ରଞ୍ଜନ ବେହେରା, ଛତ୍ରପୁର ଥାନାଧିକାରୀ ସବ୍ୟସାଚୀ ମଲ୍ଲ, ଇନ୍ସପେକ୍ଟର ପ୍ରିୟଙ୍କା ବେହେରା, ସବଇନିସପେକ୍ଟର ଲିପିନା ବିଶ୍ୱାଳ ଓ ତାପସ ପାତ୍ର, ଏଏସଆଇ କିରଣ ଚନ୍ଦ୍ର ପାତ୍ର ଓ ସୁଧୀର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ