ରୋଟାରୀ କ୍ଲବର ଅଧିଷ୍ଠାନ ଓ ଚାର୍ଟର ଦିବସ ପାଳିତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ରୋଟାରୀ କ୍ଲବର ଅଧିଷ୍ଠାନ ଦିବସ  କ୍ଲବ ପରିସରରେ ଆୟୋଜିତ ହୋଇଯାଇଛି। ସଭାପତି ପଦ୍ମ ଚରଣ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା ୩୨୬୨ ପୂର୍ବତନ ପ୍ରାନ୍ତପାଳ ରୋଟାରିଆନ ଦିଲୀପ କୁମାର ପଟ୍ଟନାୟକ ମୂଖ୍ଯ ଅତିଥି ଭାବେ ଯୋଗ ଦେଇଥିବା ବେଳେ  ମନୋନୀତ ପ୍ରାନ୍ତପାଳ ଅକ୍ଷେନ୍ଦୁ ଶେଖର ପଟ୍ଟନାୟକ ଓ  ଜୋନାଲ ଚ୍ୟାୟର ସତ୍ୟ କାମ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।  ସମ୍ପାଦକ ଦମ୍ବୁରୁଧର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ଚଳିତ ବର୍ଷ ୨୦୨୬-୨୭ ନିମନ୍ତେ ରୋଟାରିଆନ  ପ୍ରଫୁଲ୍ଲ କୁମାର ପଟ୍ଟନାୟକ ସଭାପତି ଓ ସମ୍ପାଦକ  ଏମ ଧନଞ୍ଜୟ ରେଡ୍ଡୀ ଦାୟିତ୍ବ ଗ୍ରହଣ କରିଥିଲେ। ଏହି ଅବସରରେ ଛତ୍ରପୁର ରୋଟାରୀ କ୍ଲବ ଦ୍ବାରା ବିଗତବର୍ଷ ମାନଙ୍କରେ ହୋଇଥିବା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା।
ନୂତନ ସଭାପତି ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଆଗାମୀ ଦିନରେ କ୍ଳବ ପକ୍ଷରୁ ହେବାକୁ ଥିବା ନୂତନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ନୂତନ ସଦସ୍ୟ ଭାବେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷିକ ଡ. ଅଲେଖ ପ୍ରଧାନ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଛତ୍ରପୁର ଶାଖା ମୁଖ୍ୟ ପରିଚାଳକ ସ୍ଵାଗତ କୁମାର ପାଢ଼ୀ, ୟୁରୋ ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର, ଏକାଡେମୀ ଡାଇରେକ୍ଟର ପ୍ରମୋଦ କୁମାର ମିଶ୍ର ଓ  ଯୁବ ବ୍ୟବସାୟୀ ଦେବେନ୍ଦ୍ର କୁମାରସାହୁ  ଯୋଗଦେଇଛନ୍ତି। ଏହା ସହ  ଅଧିଷ୍ଠାନ ଦିବସ ପାଳନ ସମାପନ ପରେ ଚାର୍ଟର ଦିବସ ପାଳନ ମଧ୍ୟ କରାଯାଇଥିଲା। ଚଳିତ ବର୍ଷର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ ଚାର୍ଟର ସଭାପତି ଭାବେ ପରିଚିତ। ଏହି କାର୍ଯ୍ୟକ୍ରମରେ ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରା, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ଅଜୟ କୁମାର ତ୍ରିପାଠୀ, ରୋଟାରିୟନ ଏସ. ରେଖା ମହାନ୍ତି, ନିରଞ୍ଜନ ପାତ୍ର, ରବୀନ୍ଦ୍ର ସାହୁ, ଇଂ ରାଜ କିଶୋର ବଲ୍ଳଭଙ୍କ ସମେତ ଅନ୍ୟ ରୋଟାରୀ କ୍ଳବର ସଦସ୍ୟମାନେ ଯୋଗଦେଇଥିଲେ। ରୋଟାରିଆନ ଦ୍ଵାରକା ପଟ୍ଟନାୟକ କାର୍ଯ୍ୟକ୍ରମ ଉପସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଛତ୍ରପୁର ରୋଟାରୀ କ୍ଳବର ସଦସ୍ୟ/ସଦସ୍ୟାମାନେ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ