ବନ୍ୟା ବିପନ୍ନଙ୍କୁ କଂଗ୍ରେସ ଦଳ ତରଫରୁ ଶୁଖିଲା ଖାଦ୍ୟ ଓ ଜରିପାଲ ବଣ୍ଟନ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତରେ ବନ୍ୟା ବିପନ୍ନଙ୍କୁ ବ୍ଲକ କଂଗ୍ରେସ ପକ୍ଷରୁ ସୋମବାର ଶୁଖିଲା ଖାଦ୍ୟ ଓ ଜରିପାଲ ବଣ୍ଟନ କରାଯାଇଛି। ବନ୍ୟା ଯୋଗୁଁ ବ୍ଲକର ବିଭିନ୍ନ ଅଞ୍ଚଳର ଅନେକ ଗାଁ ପ୍ରଭାବିତ ହୋଇଥିବାବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। ଅନେକ ପରିବାରଙ୍କ ଘରେ ପାଣି ପଶିବା ସହ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଛି। ଫଳରେ ଦୈନନ୍ଦିନ ଜୀବନଯାପନ ସହ ଖାଦ୍ୟ, ପାନୀୟ ଜଳ ଓ ରହିବା ପାଇଁ ଆଶ୍ରୟକୁ ନେଇ ଲୋକେ ସମସ୍ୟାରେ ପଡ଼ିଛନ୍ତି। ଏଭଳି ସ୍ଥିତିରେ ବିପନ୍ନ ପରିବାରଙ୍କ ନିକଟରେ ସହାୟତା ପହଞ୍ଚାଇବା ପାଇଁ ବ୍ଲକ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଇଛି। ଧାମନଗର ଏନଏସି,କଟସାହି,ରଇପୁର,ଖପରପଦା,ସାହା


