ସାଇବର ଠକେଇ ସମ୍ପର୍କରେ ସଚେତନତା

ଧାମନଗର (ଓ୍ବାଇଏନଏସ): ଧାମନଗର ପିଏମଶ୍ରୀ ହାଇସ୍କୁଲ ପରିସରରେ ଧାମନଗର ପୁଲିସ ପକ୍ଷରୁ ସାଇବର ଅପରାଧ ଏବଂ ନୂତନ ଆପରାଧିକ ଆଇନ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅପରାହ୍ନ ୩ଟା ସମୟରେ ପ୍ରଧାନ ଶିକ୍ଷକ ସମୀର ଗୋସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଥାନା ଅଧିକାରୀ ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ସାଇବର ଅପରାଧର ବିଭିନ୍ନ ପ୍ରକାର ଅନଲାଇନ୍ ବ୍ୟାଙ୍କିଙ୍ଗ ଠକେଇ,ୟୁପିଆଇ ଠକେଇ, ଓଟିପି ଠକେଇ,ଫିସିଂ,ସାଇବର ବୁଲିଂ,ଡିଜିଟାଲ୍ ଆରେଷ୍ଟ, ନକଲି ଚାକିରି ଓ ଲୋନ୍ ଆପ୍ ଜରିଆରେ ହେଉଥିବା ଠକେଇ ସମେତ ସାଇବର ଅପରାଧର ବିଭିନ୍ନ ପ୍ରକାର ସମ୍ପର୍କରେ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ସେହିପରି ଅଜଣା ଲିଙ୍କ୍‌ରେ କ୍ଲିକ୍ ନ କରିବା,ଓଟିପି ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହ ଭାଗ ନ କରିବା ଏବଂ ଯୁବପିଢ଼ିଙ୍କୁ ସୋସିଆଲ ମିଡିଆ ବ୍ୟବହାର ବେଳେ ସତର୍କ ରହିବା ସହ ସନ୍ଦେହଜନକ ଫୋନ୍ କଲ୍,ଲିଙ୍କ୍ କିମ୍ବା ଅନଲାଇନ୍ କାରବାର ପ୍ରତି ସଚେତନ ରହିବାକୁ ଶ୍ରୀ ଆଇଆଇସି ଶ୍ରୀ ଦାଶ ପରାମର୍ଶ ପ୍ରଦାନ କରି ଯଦି ସାଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ହେଲ୍ପଲାଇନ୍‌ରେ ଅଭିଯୋଗ କରିବାକୁ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ,ଥାନାର ଅନ୍ୟ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ  କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ