ନୁର୍ପୁର ବସ୍ତିକମିଟିର ବାର୍ଷିକ ଉତ୍ସବ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ଖଲାସା ମହଲା ସ୍ଥିତ ନୁରପୁର ବସ୍ତି କମିଟିର ତା ୦୯-୦୮-୨୬ରିଖ ରବିବାର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ଲମ୍ବୋଦର ନାୟକ ଏଥିରେ ସଭାପତିତ୍ୱ କରିଥିଲେ। ଏହି ବୈଠକରେ କାର୍ଯ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ରହି ଆଗାମୀ ଡିସେମ୍ବର ୨୬ରେ ହେବାକୁ ଥିବା ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିରେ ସଂଗଠନର ଆୟ ବ୍ୟୟର ଅଟକଳ ଉପସ୍ଥାପନ କରାଯିବା ସହ ବସ୍ତିର ସ୍ୱାଭିମାନ ବଢ଼ାଇଥିବା ଛାତ୍ର ଛାତ୍ରୀ, ଯୁବକ ଯୁବତୀ ତଥା ମହିଳା ଓ ପୁରୁଷମାନଙ୍କୁ ସମ୍ମାନୀତ କରାଯିବାର ପ୍ରସ୍ତାବ ରଖାଯାଇ ସର୍ବସମ୍ମତକ୍ରମେ ଅନୁମୋଦିତ ହୋଇଥିଲା। ତତ୍ସହିତ କମିଟିର ୮୦ତମ ସ୍ୱାଧୀନତା ଦିବସ ଗ୍ରାମର ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ନେଇ ପାଳନ କରାଯିବ ଏବଂ ଉତ୍ସବରେ ଝୋଟି, ମେହେନ୍ଦି, ଶଙ୍ଖଫୁଙ୍କା, ବକ୍ତୃତା, ନାଚ ପ୍ରତିଯୋଗିତା ଆଦି ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି। ସର୍ବଶେଷରେ କମିଟିର ସଂପାଦକ ଏମ୍.ଡି. ଇସଲାମ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ। ଏହି ବୈଠକରେ ରାଜେନ୍ଦ୍ର ସାହୁ, ମଦନ ମୋହନ ସାହୁ, ଶିଶିର ବେହେରା ଓ ସକିଲା ବାନୋ ପ୍ରମୁଖ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ।


