ସମାଜସେବୀ ସ୍ୱର୍ଗତ କନ୍ଧ ପରିଡାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ
ଆସିକା (ୱାଇଏନ୍ଏସ୍) : ଆସିକା ପୌର ପରିଷଦ ଅନ୍ତର୍ଗତ ୧୮ ନମ୍ବର ୱାର୍ଡର ପାକଲାପଲ୍ଲୀ ଗ୍ରାମର ଜଣାଶୁଣା ସମାଜସେବୀ ତଥା ପରୋପକାରୀ, ଆଧ୍ୟାତ୍ମିକପ୍ରେମୀ, ମିଷ୍ଟଭାଷୀ, ବନ୍ଧୁବତ୍ସଳ ବ୍ୟକ୍ତି ରୂପେ ପରିଚିତ ଥିବା କନ୍ଧ ପରିଡା ବୟସାଧିକ ଏବଂ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ଗତ ୩୦ ତାରିଖ ଦିନ ଇହଲୀଳା ସମ୍ବରଣ କରିଥିଲେ । ଆସିକା ପୌର ପରିଷଦ ଅଧିନସ୍ଥ ପାକଲାପଲ୍ଲୀ ଗ୍ରାମର ପରୋପକାରୀ, ମିଷ୍ଟଭାଷୀ, ଅଧ୍ୟାତ୍ମିକପ୍ରେମୀ କନ୍ଧ ପରିଡାଙ୍କ ଦେହାନ୍ତର ଦ୍ୱାଦଶାହ ତିଥି ସୋମବାର ଏକ ଭାବବିହ୍ୱଳ ପରିବେଶ ମଧ୍ୟରେ ତାଲୁକା ଛକ ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ସଂପନ୍ନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପରୋପକାରୀ ବ୍ୟକ୍ତି ସ୍ୱର୍ଗତ କନ୍ଧ ପରିଡାଙ୍କ ପୁତ୍ର ତଥା ଆସିକା ବ୍ଳକ ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ପରିଡା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା, ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଆସିକା କେନ୍ଦ୍ର ବହୁମୁଖ ସମବାୟ ସମିତି ଲିଃର ପରିଚାଳନା ପରିଷଦର ସଦସ୍ୟା ଶ୍ରୀମତୀ ରିଙ୍କି ପୋଲାଇଙ୍କ ସମେତ ପରିବାରବର୍ଗ ଓ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ପୌର ପରିଷଦ ଅଧୀନସ୍ଥ ପାକଲାପଲ୍ଲୀ ଗ୍ରାମର ଜଣାଶୁଣା ସମାଜସେବୀ ସ୍ୱର୍ଗତ କନ୍ଧ ପରିଡାଙ୍କ ଦ୍ୱାଦଶାହ ତିଥିରେ ପୂର୍ବତନ ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ଗଞ୍ଜାମ ଜିଲ୍ଲା ଯୁବ ବିଜେଡି ସଭାପତି ତଥା ଆଇନଜୀବୀ ନଚିକେତା ସ୍ୱାଇଁ, ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳେଇ, ବରିଷ୍ଠ ବିଜେଡି ନେତା ସୁବାସ ମହାରଣା, ବିଜୁ ଯୁୂବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା,ସରପଞ୍ଚ ଭବାନୀ ଶଙ୍କର ମଲିକ, ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା ପରିଷଦର ପୂର୍ବତନ ସଭାପତି ବିରେନ୍ଦ୍ର କେଶରୀ ଆରୁଖ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ୱାଇଁ, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଓ ଅଶ୍ୱିନୀ କୁମାର ବିଷୋୟୀ, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଦିଲୀପ କୁମାର ପାଣିଗ୍ରାହୀ, ବିଦ୍ୟାନ୍ତ କୁମାର ଚର୍ଚ୍ଚି, ଅଜୟ କୁମାର ମହାରଣା, ଅନିଲ୍ କୁମାର ନାୟକ, ଅଶ୍ୱିନୀ କୁମାର ସ୍ୱାଇଁ, ସୁରଥ ପ୍ରଧାନ, ମାନସ ରଂଜନ ଗୌଡ, ଜ୍ୟୋତି ରଂଜନ ସାହୁ, ଜି.ସୂର୍ଯ୍ୟପ୍ରକାଶ ରାଓ, ଶିବଶଙ୍କର ମହାନ୍ତି,ଜୟସେନ ସ୍ୱାଇଁ, ସନ୍ତୋଷ କୁମାର ନାୟକ, ନାଗାର୍ଜୁନ ବିଷୋୟୀ, ଆସିକା ନଗର ବିଜେଡି ସଭାପତି ଏମ୍.ତାରିଣୀ ସେନାପତି, ପୂର୍ବତନ କାଉନସିଲର କୌଳାଶ ଚନ୍ଦ୍ର ପ୍ରଧାନ ଓ ରବିନ୍ଦ୍ରନାଥ ପୋଲାଇ, ଆସିକା ସମବାୟ ଚିନିଶିଳ୍ପ ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡା, ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ରାଘବ କୁମାର ନାହାକ, ଗଞ୍ଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ଉପସଭାପତି ନିଗମାନନ୍ଦ ମହାନ୍ତି, ଆଇନଜୀବୀ ଶରତେନ୍ଦୁ ପଣ୍ଡା, ଅଜିତ୍ କୁମାର ଚୌଧୁରୀ, ସମବାୟବିତ୍ ପ୍ରମୋଦ କୁମାର ସ୍ୱାଇଁ, ନନ୍ଦ କୁମାର ବିଷୋୟୀ, ପ୍ରଫୁଲ କୁମାର ବିଶ୍ୱାଳ ଓ ଅମୂଲ୍ୟ କୁମାର ଉପାଧ୍ୟାୟ, ପୂର୍ବତନ ସରପଞ୍ଚ ଭଗବାନ ପ୍ରଧାନ, ବରିଷ୍ଠ ଆଇନଜୀବୀ ଦେବକାନ୍ତ ଶର୍ମା, ଆସିକା ଏନ୍ଏସି କାଉନସିଲର ନିଗମାନନ୍ଦ ରାଉତ, ଯୁବ ବିଜେଡି ନେତା ଜିତେନ୍ଦ୍ର କୁମାର ମହାରଣା ଓ କେଶବ ଦାଶ ଏବଂ ଆକାଶ ସ୍ୱାଇଁଙ୍କ ସମେତ ଦଳମତ ନିର୍ବିଶେଷରେ ଶହ ଶହ ଶୁଭେଚ୍ଛୁ, ସମର୍ଥକ, ରାଜନେତା, ଶିକ୍ଷାବିତ୍ ଯୋଗଦେଇ ସ୍ୱର୍ଗତ କନ୍ଧ ପରିଡାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିବା ଲକ୍ଷ୍ୟ କରାଯାଇଥିଲା । ସମାଜସେବୀ ସ୍ୱର୍ଗତ କନ୍ଧ ପରିଡାଙ୍କ ଦ୍ୱାଦଶାହ ତିଥି ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ଗଞ୍ଜାମ ଜିଲ୍ଲା ଏବଂ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ବିଭିନ୍ନ ଅଞ୍ଚଳରୁ ଦଳମତ ନିର୍ବିଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


