ଘରେ ପଶି ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ, ଅଭିଯୁକ୍ତକୁପୋଲିସକୁ ହସ୍ତାନ୍ତର

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ଘରେ ପଶି ଜଣେ ମାନସିକ ଅନଗ୍ରସର ମୁକ ଯୁବତୀଙ୍କୁ  ବଳପୂର୍ବକ ଭାବେ ବଳାତ୍କାର ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଗ୍ରାମବାସୀ ଚୁଡୁଙ୍ଗପୁର ଗ୍ରାମର ଅଭିଯୁକ୍ତ ସୀମା ପାତ୍ର ଙ୍କୁ ଧରି ନିର୍ଦ୍ଧୁମ ଛେଚିବା ପରେ ଦିଗପହଣ୍ଡି ପୋଲିସ କୁ ହସ୍ତାନ୍ତର କରିଛନ୍ତି। ଯୁବତୀ ଙ୍କ  ଭଉଣୀ ଏନେଇ ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ମାନସିକ ଅନଗ୍ରସର ଯୁବତୀ ଜଣକ ଘରେ ଏକାକୀ ଥିବା ବେଳେ ଅଭିଯୁକ୍ତ ଜଣକ ତାଙ୍କ ଘରେ ପଶି ତାଙ୍କୁ ବଳାତ୍କାର ଉଦ୍ୟମ କରି ମାଡ଼ ମାରିବା ସହ ତାଙ୍କ ଉପରେ ମାଡ଼ି ବସିଥିଲେ। ସେ ଚିତ୍କାର କରିବାରୁ ସାହି ପଡୋଶୀ ଦୌଡ଼ି ଆସିବାରୁ ଅଭିଯୁକ୍ତ ଜଣକ ତାଙ୍କ ପ୍ୟାଣ୍ଟ୍,ଗାମୁଛା ସେଠାରେ ଛାଡି ଘର ବାରିପଟ ଦେଇ ଚମ୍ପଟ ମାରିବା ବେଳେ ଗାଁ ର କିଛି ବ୍ୟକ୍ତି ତାଙ୍କୁ କାବୁ କରି ନିର୍ଦ୍ଧୁମ ମାଡ଼ ମାରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ