ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ବାଲେଶ୍ୱର,(ସରୋଜ ପଣ୍ଡା): ଗତ ତା ୩୧/୦୮/୨୦୨୬ ରିଖ ସୋମବାର ଦିନ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ ଏବଂ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ ଜଳେଶ୍ୱର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପ୍ରଭାବିତ ପରିବାରଗୁଡ଼ିକ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନେ ଘରକୁ ଘର ଯାଇ ବନ୍ୟା ଯୋଗୁଁ ଘରଗୁଡ଼ିକର ହୋଇଥିବା କ୍ଷୟକ୍ଷତି ଆକଳନ କରିବା ସହ ପ୍ରଭାବିତ ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ଆହ୍ୱାନ ଗୁଡ଼ିକ ବୁଝିଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ପ୍ରଶାସନ ପକ୍ଷରୁ ରିଲିଫ୍ ସହାୟତା ପାଇଥିବା ଲୋକମାନଙ୍କଠାରୁ ମତାମତ ଗ୍ରହଣ କରିବା ସହ ସେମାନଙ୍କ ଆବଶ୍ୟକତା ଓ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ପ୍ରଭାବିତ ଅଞ୍ଚଳରେ ପରବର୍ତ୍ତୀ ରିଲିଫ୍, ପୁନର୍ବାସ ଓ ପୁନଃସ୍ଥାପନ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ ଆବଶ୍ୟକ ତଥ୍ୟ ଓ ମତାମତ ସଂଗ୍ରହ କରାଯାଇଥିଲା।


