ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସଫଳତା

ଛତ୍ରପୁର, (ଓ୍ବାଇଏନଏସ): ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ୨୦୨୩-୨୪ ଓ ୨୦୨୪-୨୫ ଶିକ୍ଷାବର୍ଷର ଫଳାଫଳରେ ଉଭୟ ଷ୍ଟେଜ୍‌-୧ ଓ ଷ୍ଟେଜ୍‌-୨ରେ ବିଦ୍ୟାଳୟର ଛାତ୍ରଛାତ୍ରୀ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୦୨୩-୨୪ ଶିକ୍ଷାବର୍ଷର ଷ୍ଟେଜ୍‌-୧ରେ କେ. କ୍ରିଷ୍ଣା ବାବୁ ଛତ୍ରପୁର ପୌରପରିଷଦ ରେ ପ୍ରଥମ, ଓମ୍‌ ପ୍ରସାଦ ବେହେରା ତୃତୀୟ, ହୃଷିକେଶ ପାଢ଼ୀ ପଞ୍ଚମ ଓ ଜେ. ଲାବଣ୍ୟା ଷଷ୍ଠ ସ୍ଥାନ ହାସଲ କରିଥିବା ବେଳେ ଷ୍ଟେଜ୍‌-୨ରେ ରୁଦ୍ର ପ୍ରସାଦ ମହାପାତ୍ର ପ୍ରଥମ, ସୁରଜ କୁମାର ଗୌଡ଼ ଦ୍ୱିତୀୟ ଓ ତେଜସ୍ୱିନୀ ଶତପଥୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ୨୦୨୪-୨୫ ଶିକ୍ଷାବର୍ଷର ଷ୍ଟେଜ୍‌-୧ରେ ମହେଶ୍ୱର ସ୍ୱାଇଁ ଛତ୍ରପୁର ପୌର ପରିଷଦ ରେ ପ୍ରଥମ ଓ ସ୍ୱାଧୀନ ପ୍ରଧାନ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ବେଳେ ଷ୍ଟେଜ୍‌-୨ରେ ଅଙ୍କିତ କୁମାର ଆଚାର୍ଯ୍ୟ ପ୍ରଥମ ଓ କେ. ଆଦିତ୍ୟ କୁମାର ରେଡ୍ଡୀ ଚତୁର୍ଥ ସ୍ଥାନ ହାସଲ କରିଛନ୍ତି। ଛାତ୍ରଛାତ୍ରୀଙ୍କ ଏହି ସଫଳତାରେ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଖୁସି ପ୍ରକାଶ କରିବା ସହ ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଭିଭାବକମାନେ ମଧ୍ୟ ବିଦ୍ୟାଳୟର ଗୁରୁଜୀ-ଗୁରୁମା ଓ ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ