ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ଉତ୍ସବ

ଆସିକା(ୱାଇଏନ୍‍ଏସ୍‍) :ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପୁଣ୍ୟ ଜନ୍ମତିଥି ଅବସରରେ ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧୦ ଜଣ ପ୍ରତିଭାବାନ୍ ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରି ଏକ ଉଦାହରଣ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଯୋଗଜନ୍ମା ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ପାଳିତ ହୋଇଯାଇଛି । ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆସିକାର ସଭାପତି ସନ୍ତୋଷ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସମାଜସେବୀ ସନ୍ଦୀପ କୁମାର ପାଢୀ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଶିକ୍ଷକ ସଂଘ ନେତା ସନ୍ତୋଷ କୁମାର ଜେନା, ରାଜ କୁମାର ସାହୁ, ଅମର ବିଳାସ ବେହେରା ପ୍ରମୁଖ ଯୋଗଦେଇ ଗୁରୁଦିବସ ପାଳନର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରି କହିଲେ ଯେ ଡ. ରାଧାକ୍ରିଷ୍ଣନ ଜଣେ ସାଧାରଣ ଶିକ୍ଷକରୁ ରାଷ୍ଟ୍ରପତି ହୋଇପାରିଥିବା ଏହି ମହାନ୍ ବ୍ୟକ୍ତି କେବଳ ଭାରତ ନୁହେଁ ସାରା ଦୁନିଆକୁ ନିଜର ଜ୍ଞାନାଲୋକ ବଳରେ ଉଦ୍‌ଭାସିତ କରିଥିଲେ ବୋଲି ପ୍ରକାଶ କରି ଶିକ୍ଷକ ସମାଜ ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣର କର୍ଣ୍ଣଧାର ହୋଇଥିଲା ବେଳେ ବିଦ୍ୟାର୍ଥୀଙ୍କୁ ଜ୍ଞାନ, ସଂସ୍କୃତି, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା, ଶୃଙ୍ଖଳା, ସାଧୁତା, ସହାନୁଭୁତି ଓ ଆତ୍ମବିଶ୍ୱାସ ସଂକ୍ରାନ୍ତରେ ଶିକ୍ଷାଦାନ କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକା ସଦାସର୍ବଦା ଅବିସ୍ମରମଣୀୟ ହୋଇଥିଲା ବେଳେ ପଢିବା, ଲେଖିବା, ଗଣିବାର ଦକ୍ଷତା ଶ୍ରେଣୀଗୃହରୁ ଆରମ୍ଭ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ନ୍ୟାସାନାଲ୍ ଫେଡେରେସନ୍ ଅଫ୍ ଟିଚରସ୍‌ଙ୍କ ଅନୁରୋଧ କ୍ରମେ ଏହି ମହାନ୍ ରାଷ୍ଟ୍ର ନାୟକଙ୍କ ଜନ୍ମଦିବସକୁ ଗୁରୁଦିବସ ଭାବେ ପାଳନ କରିବାକୁ ଭାରତ ସରକାର ସମ୍ମତି ଦେଇଛନ୍ତି । ଅଜ୍ଞାନ ଅନ୍ଧକାର ଦୂର କରି ଜ୍ଞାନାଲୋକ ପ୍ରଦାନ କରିବାର ମହାନ୍ ଦାୟିତ୍ୱ ଗୁରୁଙ୍କର ହୋଇଥିବାରୁ ଯୁବ ସମାଜ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ କରିଥିଲେ । ପବିତ୍ର ଗୁରୁଦିବସ ଅବସରରେ ଆସିକା ଅଞ୍ଚଳର ସରକାରୀ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଦିଗରେ ସ୍ୱାର୍ଥବିହୀନ ତ୍ୟାଗ କରି ଆସିଥିବା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସନ୍ତୋଷ କୁମାରୀ ଶତପଥୀ, ଜୟନ୍ତୀ ସ୍ୱାଇଁ, ପ୍ରମିଳା ପ୍ରଧାନ, ଭାଗ୍ୟଲତା ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ବିଚିତ୍ର ବିହାରୀ ଦାସ, ପଦ୍ମଚରଣ ସେଠୀ, ଉଦୟନାଥ ସ୍ୱାଇଁ, ରାମକୃଷ୍ଣ ପଟ୍ଟନାୟକ, ସିମାଞ୍ଚଳ ସାହୁ, ସନ୍ତୋଷ କୁମାର ଗୌଡଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଗୁରୁଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଗୁରୁପୂଜନ ଉତ୍ସବ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସଂଘର ଉପସଭାପତି ଶିବଶଙ୍କର ଜେନା ଓ ରଂଜିତା କୁମାରୀ ଦାଶ, ସଂପାଦକ ସରୋଜ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ସରୋଜ କୁମାର ପ୍ରଧାନ, ସଂଗଠନ ସଂପାଦକ ଟୁଲୁ ସେଠୀ ଓ ହରିବନ୍ଧୁ ବେହେରା, ସହସଂପାଦକ ଶିଶିର କାନ୍ତ ବେହେରା ଓ ଶରତ ଚନ୍ଦ୍ର ନାହାକ ଏବଂ ସନ୍ତୋଷିନୀ ମୁନି, ଯୁଗ୍ମ ସଂପାଦକ ଗଣପତି ସେଠୀ, ରାଜ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ସୁନିଲ୍‍ କୁମାର ମିଶ୍ର, ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ଏବଂ ସତ୍ୟନାରାୟଣ ସେଠୀ ଓ ପ୍ରଶାନ୍ତ କୁମାର ବେହେରା, ଉପଦେଷ୍ଟା ରାମନାଥ ପଟ୍ଟନାୟକ, ମିହିରକାନ୍ତ ମହାପାତ୍ର, ଜୟରାମ ନାୟକ, ବିଚିତ୍ର ବିହାରୀ ଦାସ, ସୀତାରାମ ବେହେରା, ସକ୍ରିୟ ସଦସ୍ୟ ବାଳକୃଷ୍ଣ ହୋତା, ସିମାଞ୍ଚଳ ସେଠୀ, ଅରବିନ୍ଦ ପାଠୀ, ବଂଶୀଧର ପରିଡା, ନିରଞ୍ଜନ ପରିଡା, ଧୋବା ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାମକୃଷ୍ଣ ଆଚାର୍ଯ୍ୟ, ରାଧାମୋହନ ଡାକୁଆ, ସମୀର ନାୟକ, ଜୁଲି ରଥ, ନିଳାମ୍ବର ମହାନ୍ତି, ମେଘନାଦ ଦଳବେହେରା, ସୁଶ୍ରୀ ସଙ୍ଗୀତା କୁମାରୀ ବେହେରା, ବଂଶୀଧର ପରିଡା, ପି.ରାମାରାଓ ପାତ୍ର, ନାରାୟଣ ସାହୁ, ପବିତ୍ର ମୋହନ ଉଦ୍‍ଗାତା, ପ୍ରତିମା କୁମାରୀ ଗୌଡ, ଲକ୍ଷ୍ମୀପ୍ରିୟା ପାତ୍ର, ମନୋଜ କୁମାର ବେହେରାଙ୍କ ସମେତ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ସଂଘର ଶତାଧିକ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଗୁରୁପୂଜନ ଉତ୍ସବ କାର୍ଯ୍ୟକ୍ରମରେ ସଂଘର ସଭାପତି ସନ୍ତୋଷ କୁମାର ସେଠୀ, ସଂଘର ଉପସଭାପତି ଶିବଶଙ୍କର ଜେନା, ସଂପାଦକ ସରୋଜ କୁମାର ନାୟକ, କାର୍ଯ୍ୟକାରୀ କମିଟି ସଦସ୍ୟ ବାଳକୃଷ୍ଣ ହୋତା , ସତ୍ୟନାରାୟଣ ସେଠୀ, ସିମାଞ୍ଚଳ ସେଠୀ ପ୍ରମୁଖ ଉଦ୍‌ବୋଧନ ଦେଇ ଯୋଗଜନ୍ମା, ବିଜ୍ଞ, ବିଶ୍ୱବିଖ୍ୟାତ ଦାର୍ଶନିକ, ରାଷ୍ଟ୍ରନୀତିଜ୍ଞ, ସର୍ବଧର୍ମ ସମ୍ମନ୍ୱୟର ପ୍ରତୀକ, ପ୍ରାକ୍ତନ ରାଷ୍ଟ୍ରପତି, ରାଷ୍ଟ୍ରଦୂତ, ସୁଲେଖକ, ସୁବକ୍ତା, ମହାନ୍‌ଗୁରୁ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ଶିକ୍ଷା ଭଳି ଏକ ମହତ୍ୱପୂର୍ଣ୍ଣ ଓ ଦାୟିତ୍ୱ ସଂପନ୍ନ କାର୍ଯ୍ୟକୁ ଶିକ୍ଷକ ସମାଜ ସୁଚାରୂ ରୂପେ ସଂପାଦନ କରି ଶିକ୍ଷାର ବିକାଶ ପାଇଁ ଉତ୍ସର୍ଗିକୃତ ହୋଇ କାମ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ