ଗୋପାଳ ସମାଜର ଖାଲସା ତାଲୁକା ପକ୍ଷରୁ ଆଲିପୁରରେ ନନ୍ଦ ମହୋତ୍ସବ
ଆସିକା (ୱାଇଏନ୍ଏସ୍) ଭାଦ୍ରବ କୃଷ୍ଣ ନବମୀ ତିଥିରେ ଷୋହଳଖଣ୍ଡ ଗୋପାଳ ସମାଜ ଖାଲସା ତାଲୁକା ପକ୍ଷରୁ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଶନିବାର ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମର ଗୌଡ ସମାଜ ଗୃହ ପରିସରରେ ଦ୍ୱାଦଶତମ ନନ୍ଦ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଆଲିପୁର ଗ୍ରାମପଞ୍ଚାୟତର ବାବନପୁର ଆଲିପୁର ଗ୍ରାମର ଗୌଡ ସମାଜ ଗୃହ ପ୍ରାଙ୍ଗଣରେ ଚଳିତ ବର୍ଷ ମହାଆଡମ୍ବର ସହକାରେ ଖାଲସା ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ନନ୍ଦ ମହୋତ୍ସବ ପାଳନ କମିଟି ଆଲିପୁର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଗୋପାଳ ସମାଜର ଭାଇଭଉଣୀ ମାନେ ସାମିଲ୍ ହୋଇ ଶନିବାର ପୂର୍ବାହ୍ନରେ ବାଦ୍ୟବାଜଣା ଓ ଘଣ୍ଟମୃଦଙ୍ଗର ତାଳେତାଳେ ବଡନଦୀରୁ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ପରେ ବଡନଦୀରୁ ଏକ ବିଶାଳ କଳସ ଶୋଭାଯାତ୍ରାରେ ବାହାରି ଆଲିପୁର ଗ୍ରାମସ୍ଥିତ ନନ୍ଦ ମହୋତ୍ସବ ପାଳନ ସ୍ଥଳରେ ପହଁଞ୍ଚିଥିଲେ। ଷୋହଳ ଖଣ୍ଡ ଗୋପାଳ ସମାଜର ଖାଲସା ତାଲୁକା ନନ୍ଦ ମହୋତ୍ସବ ପାଳନ କମିଟିର ସଭାପତି ତଥା ଆଲିପୁର ଗ୍ରାମ୍ୟ ଗୋପାଳ ସମାଜ ସଭାପତି ତ୍ରିନାଥ ଗୌଡ ଓ ସଂପାଦକ ଅମୀୟ ଚନ୍ଦ୍ର ଗୌଡଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ନନ୍ଦ ମହୋତ୍ସବ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଗୋପାଳ ସମାଜର ସକ୍ରିୟ ସଦସ୍ୟ ଅଲେଖ ଗୌଡ, ଗଙ୍ଗାଧର ଗୌଡ, ହରିହର ଗୌଡ, ତାରିଣୀ ଚରଣ ଗୌଡ, ପ୍ରକାଶ ଗୌଡ, ଝୁଲିଆ ଗୌଡ, ଭଗବାନ ଗୌଡ, ପ୍ରଦୀପ କୁମାର ଗୌଡ (ଟୁନା), ପ୍ରକାଶ ଚନ୍ଦ୍ର ଗୌଡ, ବାବୁଲା ଗୌଡ, ଫକୀର ଗୌଡ, ପ୍ରସନ୍ନ କୁମାର ଗୌଡ, ଲକ୍ଷ୍ମୀ ଗୌଡ, କୃଷ୍ଣଚନ୍ଦ୍ର ଗୌଡ, ସନ୍ତୋଷ କୁମାର ଗୌଡ, ବସନ୍ତ କୁମାର ଗୌଡ, ଭଗବାନ ଗୌଡଙ୍କ ସମେତ ଗୋପାଳ ସମାଜର ବହୁ ସଦସ୍ୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ଷୋହଳଖଣ୍ଡ ଗୋପାଳ ସମାଜ ଖାଲସା ତାଲୁକା ଆଲିପୁର ପକ୍ଷରୁ ଏକ ଅଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ନନ୍ଦ ମହୋତ୍ସବ ପାଳନ କାର୍ଯ୍ୟକ୍ରମର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଜୟ କୁମାର ଗୌଡ, ନାରାୟଣ ମହାଙ୍କୁଡ, ଲକ୍ଷ୍ମଣ ଗୌଡ, ଇନ୍ଦ୍ରମଣି ଗୌଡ, ସଂଜୟ କୁମାର ଗୌଡ, ସୁରେନ୍ଦ୍ରନାଥ ଗୌଡଙ୍କ ସମେତ ବହୁ ଅଧ୍ୟାତ୍ମିକପ୍ରେମୀ ଯୋଗଦେଇ ଠାକୁରଙ୍କ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଗୋପାଳ ସମାଜର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଷୋହଳ ଖଣ୍ଡ ଗୋପାଳ ସମାଜ ଖାଲସା ତାଲୁକା ଆଲିପୁର ପକ୍ଷରୁ ଦ୍ୱାଦଶତମ ନନ୍ଦ ମହୋତ୍ସବ ପାଳନ ଅବସରରେ ଶ୍ରୀ ଗୋପାଳକୃଷ୍ଣଙ୍କ ନଗର ପରିକ୍ରମା ଏକ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଗୋପାଳ ସମାଜର ସକ୍ରିୟ ସଦସ୍ୟ, ଗ୍ରାମବାସୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


