ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ହେଲେ ସୁସଂଗଠକ ଦେବକାନ୍ତ

ଆସିକା (ୱାଇଏନ୍‍ଏସ୍‍): ଭାରତୀୟ ଜାତୀୟ କଂଗ୍ରେସର ନୀତି, ଆଦର୍ଶ ଓ ଚିନ୍ତାଧାରାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ କଂଗ୍ରେସ ଦଳର ସଂଗଠନକୁ ଆହୁରି ଅଧିକ ସୁଦୃଢ ଓ କ୍ରିୟାଶୀଳ କରିବା ଲକ୍ଷ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ସଭାପତି ମାଲିକାର୍ଜୁନ ଖଡ୍‍ଗେଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ କମିଟିର ନୂତନ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ଅନ୍ୟତମ ସାଧାରଣ ସଂପାଦକ ରୂପେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ସୁସଂଗଠକ ତଥା ଆଇନଜୀବୀ ଦେବକାନ୍ତ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଥିବା ଜଣାପଡିଛି । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ଜଣେ ଆଗଧାଡିର ସୁ ସଂଗଠକ ତଥା ଶୃଙ୍ଖଳିତ କର୍ମୀ ଆଇନଜୀବୀ ଦେବକାନ୍ତ ଶର୍ମାଙ୍କୁ ପ୍ରଦେଶ କଂଗ୍ରେସ କମିଟିର ନୁଆଁ ଟିମ୍‍ର ସାଧାରଣ ସଂପାଦକ ରୂପେ ନିଯୁକ୍ତି ଦିଆଯାଇଥିବାରୁ ବହୁ ଦଳୀୟ ନେତାଙ୍କ ଠାରୁ ଆରମ୍ଭ କରି ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଆନନ୍ଦ ତଥା ଖୁସିର ଲହରୀ ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ରୂପେ ନିଯୁକ୍ତି ପାଇଥିବା ସୁସଂଗଠକ ଦେବକାନ୍ତ ଶର୍ମା ଏହି ନିଯୁକ୍ତି ପାଇଁ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷ ମାଲିକାର୍ଜୁନ ଖଡଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ଲୋକସଭାର ବିରୋଧୀ ଦଳ ନେତା ତଥା ବରିଷ୍ଠ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସଂପାଦକ କେସି ବେଣୁଗୋପାଲ, ଏଆଇସିସି ସଂପାଦକ ଜେଟି କୁସୁମ୍‍ କୁମାର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାଶ, କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଲାଲାଜୀ ଦେଶାଇ, ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପଶ୍ଚିମ)ର ସଭାପତି ପି.ଦଣ୍ଡପାଣି ପାତ୍ର, ପୂର୍ବତନ ବିଧାୟକ ରାଘବ ପରିଡା ଏବଂ ତ୍ରିନାଥ ସାହୁ ଓ ଲଲାଟେନ୍ଦୁ ମହାପାତ୍ରଙ୍କ ସମେତ ସମସ୍ତ ଦଳୀୟ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଦଳର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମାର୍ଗଦର୍ଶନ ଓ ପ୍ରେରଣା ଦେବା ସକାଶେ ଅନୁରୋଧ କରିବା ସାଙ୍ଗକୁ ଭାରତୀୟ ଜାତୀୟ କଂଗ୍ରେସର ନୀତି ଓ ଆଦର୍ଶ ଏବଂ ଦଳୀୟ ସଂଗଠନକୁ ସୁଦୃଢ ଆହୁରି ମଜବୁତ୍‍ କରିବା ପାଇଁ ଦଳୀୟ ନେତାଙ୍କ ସହଯୋଗ କାମନା କରିଥିବା ଜଣାପଡିଛି । ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ ରୂପେ ରହି ବରିଷ୍ଠଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ କଂଗ୍ରେସ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଅହରହ ପ୍ରୟାସ ଜାରି ରଖିଥିବା ସୁସଂଗଠକ ଦେବକାନ୍ତ ଶର୍ମାଙ୍କ ଉପରେ ଦଳୀୟ ହାଇକମାଣ୍ଡ ଆସ୍ଥା ଓ ବିଶ୍ୱାସ ରଖି ପିସିସିର ସାଧାରଣ ସଂପାଦକ ଭଳି ଏକ ଗୁରୁ ଦାୟିତ୍ୱରେ ନିଯୁକ୍ତି କରିଥିବାରୁ ଶୁଭେଚ୍ଛୁ ଓ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳୁଛି । ପ୍ରଦେଶ କଂଗ୍ରେସ କମିଟିର ନବନିଯୁକ୍ତ ସାଧାରଣ ସଂପାଦକ ତଥା ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ଆଇନଜୀବୀ ଦେବକାନ୍ତ ଶର୍ମାଙ୍କୁ ଦଳୀୟ ନେତା ପ୍ରିୟାଂଶୁ ଶେଖର ପରିଡା, ଦୀପକ କୁମାର ଭୂୟାଁ, ଅଜିତ୍‍ କୁମାର ମୁନି, ଭବାନୀ ଭୂଷଣ ଦାଶ, କ୍ଷେତ୍ରବାସୀ ଦୋରା, ମାନସ ଆଚାର୍ଯ୍ୟ, ଦେବାଶିଷ୍‍ ପଣ୍ଡା, ମନୋଜ କୁମାର ସାହୁ, ସୁଧୀରକାନ୍ତ ଦୋରା, ହର୍ଷ ରାଉତ, କାହ୍ନୁ ନାହାକ, ପିଣ୍ଟି ସେଠୀ, ସଂଜୟ ମଣ୍ଡଳ, ହରେକୃଷ୍ଣ ରଥ, ପ୍ରଶାନ୍ତ ବିଷୋୟୀ, ଅଗସ୍ତି ବରାଡ, ଟୁଲୁ ସାହୁ, ସୁବାସ ଜେନା, ବୁଲୁ ରାଉତ, ଜାନକୀ ରାଉତ, ବୁଲୁ ଜେନା, ମେଘନାଦ ଦଳେଇ, ମାନସ ରଂଜନ ଦାଶ, ସୁବ୍ରତ ପଟ୍ଟନାୟକ, ଶଙ୍କର ବେହେରା, ଦୀପୁ ସାହୁଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଜଣାପଡିଛି । ପ୍ରଦେଶ କମିଟିର ସାଧାରଣ ସଂପାଦକ ରୂପେ ନିଯୁକ୍ତି ପାଇଥିବା ଦେବକାନ୍ତ ଶର୍ମାଙ୍କ ନେତୃତ୍ୱରେ ଆସିକା ଲୋକସଭା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ସୁଦୃଢ ହୋଇପାରିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଆଲୋଚିତ ହେଉଥିବା ଦେଖିବାକୁ ମିଳୁଛି । କଂଗ୍ରେସ ନେତା ଆଇନଜୀବୀ ଦେବକାନ୍ତ ଶର୍ମାଙ୍କ ଦୀର୍ଘ ଦିନର ରାଜନୈତିକ ଅଭିଜ୍ଞତା ଓ ନିଜର ସରଳ ତଥା ଭାତୃତ୍ୱପୂର୍ଣ୍ଣ ବ୍ୟବହାର ସାଙ୍ଗକୁ ସାଂଗଠନିକ ଦକ୍ଷତାକୁ ବିଚାରକୁ ନେଇ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସଂପାଦକ ରୂପେ ନିଯୁକ୍ତି ଦିଆଯାଇଥିବାରୁ ବିଭିନ୍ନ ମହଲରେ ଆନନ୍ଦର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ