ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି-II ସମୀକ୍ଷା ବୈଠକ ଅନୁଷ୍ଠିତ

ବାଲେଶ୍ୱର, (ଓ୍ବାଇଏନଏସ): ଆଜି ଅପରାହ୍ନ ୩ ଘଟିକା ସମୟରେ ବାଲେଶ୍ୱର ସ୍ଥିତ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ତତ୍ତ୍ୱାବଧାନରେ ବିଭାଗୀୟ ସମ୍ପର୍କିତ ସ୍ଥାୟୀ କମିଟି-II, ୨୦୨୬-୨୭ର ୪ର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକ କମିଟିର ଅଧ୍ୟକ୍ଷ ତଥା ମାନ୍ୟବର ନୀଳଗିରି ବିଧାୟକ ଶ୍ରୀଯୁକ୍ତ ସନ୍ତୋଷ କୁମାର ଖଟୁଆଙ୍କ ଅଧ୍ୟକ୍ଷତାରେ ସମ୍ପାଦନ ହୋଇଥିଲା । କମିଟିର ସଦସ୍ୟ ମାନ୍ୟବର ସାରସକଣା ବିଧାୟକ ଶ୍ରୀଯୁକ୍ତ ଭାଦବ ହାଁସଦାଃ, ମାନ୍ୟବର ବାସୁଦେବପୁର ବିଧାୟକ ଶ୍ରୀଯୁକ୍ତ ଅଶୋକ ଦାସ ଓ ମାନ୍ୟବର ମହାକାଳପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁର୍ଗା ପ୍ରସନ୍ନ ନାଏକ ବୈଠକରେ ଯୋଗ ଦେଇଥିଲେ । ତାଙ୍କ ସହିତ ମାନ୍ୟବର ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ମାନ୍ୟବର ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହଙ୍କ ସମେତ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଉକ୍ତ ବୈଠକରେ ଉପସ୍ଥିତ ଥିଲେ । ଏହି ବୈଠକରେ ଭୂତଳ ଜଳ ଓ ଭୂପୃଷ୍ଠ ଜଳର ବ୍ୟବହାର, ଭୂତଳ ଜଳସ୍ତରର ଅଧ୍ୟୟନ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବିବରଣୀ ପ୍ରଦାନ କରିଥିଲେ । ବାଲେଶ୍ୱର ଜିଲ୍ଲାର ବେସରକାରୀ ଶିଳ୍ପ ପ୍ରତିଷ୍ଠାନ ଗୁଡିକର ଅନେକ ଅଧିକାରୀଗଣ ଉପସ୍ଥିତ ରହି ନିଜର ମତ ରଖିଥିଲେ ।
ସମୀକ୍ଷା ବୈଠକ ପରେ କମିଟିର ଅଧ୍ୟକ୍ଷଙ୍କ ସହିତ ସମସ୍ତ ସଦସ୍ୟ, ସ୍ଥାନୀୟ ବିଧାୟକ/ବିଧାୟିକା, ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର  ବରିଷ୍ଠ ଅଧିକାରୀମାନେ ଇମାମି ପେପର ମିଲ ଓ ଏଲୟଜ୍ ଶିଳ୍ପାଞ୍ଚଳ ପରିଦର୍ଶନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ