ଗଞ୍ଜେଇ ଜବତ, ଜଣେ ଗିରଫ
ଧାମନଗର (ଓ୍ବାଇଏନଏସ): ଧାମନଗର ଏନ ଏ ସି ଓ ଥାନା ଅନ୍ତର୍ଗତ କାଙ୍କରା କେନାଲ ବନ୍ଧ ନିକଟରୁ ପୁଲିସ ୧ କିଲୋ ୮୭ ଗ୍ରାମ ଓଜନର ଗଞ୍ଜେଇ ଜବତ କରିବା ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ କାଙ୍କରା ଗ୍ରାମର ନନ୍ଦକିଶୋର ସ୍ୱାଇଁଙ୍କ ପୁଅ ସୁମନ୍ତ ସ୍ୱାଇଁ (୪୨) ବୟସ ପୋଲିସ ପକ୍ଷରୁ ସୂଚନା ମିଳିଛି। ଧାମନଗର ପୋଲିସ ଗଞ୍ଜେଇ ଚାଲାଣ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ କାଙ୍କରା କେନାଲ ବନ୍ଧ ନିକଟରେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ସୁମନ୍ତଙ୍କ ନିକଟରୁ ୧.୦୮୭ କିଲୋଗ୍ରାମ ଗଞ୍ଜେଇ ଓ ଓଡି-୦୧-ଏସ୍-୯୩୫୧ ନମ୍ବରର ଏକ ମୋଟରସାଇକେଲ୍ ଜବତ କରାଯାଇଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ଜଣାପଡ଼ିଛି। ଏନେଇ ଧାମନଗର ଥାନାରେ କେସ୍ ନମ୍ବର ୪୨୦/୨୬, ତାରିଖ ୨୭।୯।୨୦୨୬ରେ ଏନ୍ଡିପିଏସ୍ ଆଇନର ଧାରା ୨୦(ବି)(ii)(ବି) ଅନୁଯାୟୀ ମାମଲା ରୁଜୁ ହୋଇଛି। ଏସ୍ଆଇ ନାରାୟଣ ନାୟକ ଅଭିଯୋଗକାରୀ ଥିବାବେଳେ ଏସ୍ଆଇ ପ୍ରିୟଶ୍ରେୟଶ୍ରୀ ସ୍ୱର୍ଣ୍ଣପଦ ଦାସ ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି।ତେବେ ଗିରଫ ସୁମନ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶୁଭ୍ରଜିତ ଦାଶଙ୍କ ଠାରୁ ସୂଚନା ମିଳିଛି।ପ୍ରକାଶ ଥାଉକି ଏକ ନମ୍ବର ୱାର୍ଡ ବାସିନ୍ଦା ତଥା ସରକାରୀ ଦ


