ସିସିକ୍ୟୁସି୨୦୨୬ରେ ଆଦାନୀ ଗୋପାଳପୁର ପୋର୍ଟକୁ ଗୋଲ୍ଡ ପୁରସ୍କାର

ଛତ୍ରପୁର,(ଓ୍ବାଇଏନଏସ): କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ  ର ରାଉରକେଲା ଚାପ୍ଟର୍  ପକ୍ଷରୁ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି  ପରିସରରେ ଆୟୋଜିତ ଚାପ୍ଟର କନଭେନସନ୍ ଅନ୍ କ୍ୱାଲିଟି କନ୍ସେପ୍ଟସ୍-୨୦୨୬ରେ ଗୋପାଳପୁର ପୋର୍ଟର ଦୁଇଟି କ୍ୱାଲିଟି ସର୍କଲ୍  ଟିମ୍ ଗୋଲ୍ଡ ପୁରସ୍କାର ହାସଲ କରିଛନ୍ତି। ଗୁଣାତ୍ମକ ଉନ୍ନତି ଓ କାର୍ଯ୍ୟଦକ୍ଷତା କ୍ଷେତ୍ରରେ ଆଦାନୀ ଗୋପାଳପୁର ପୋର୍ଟକୁ ଏହି  ସଫଳତା ମିଳିଛି। ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ଏହି ଦୁଇଦିନିଆ ସମ୍ମିଳନୀରେ ଆଦାନୀ ଗୋପାଳପୁର ପୋର୍ଟର ଇଞ୍ଜିନିୟରିଂ ବିଭାଗର ଦୁଇଟି  କ୍ୟୁସି ଟିମ୍ ଏଥିରେ ଅଂଶଗ୍ରହଣ କରିଥିଲେ।  ବନ୍ଦର ପରିଚାଳନା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଗ୍ରହଣ କରାଯାଇଥିବା ସର୍ବୋତ୍ତମ ଗୁଣବତ୍ତା ପଦକ୍ଷେପ ଉପସ୍ଥାପନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକର ଉପସ୍ଥାପନା ଓ ଫଳାଫଳକୁ ବିଚାର କରି ଉଭୟ ଟିମ୍‌କୁ ସର୍ବୋଚ୍ଚ ଗୋଲ୍ଡ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଶିଳ୍ପାନୁଷ୍ଠାନର ବହୁ କୁଶଳୀ ଏବଂ ମେଧାବୀ ଇଞ୍ଜିନିୟରମାନେ ଯୋଗଦେଇ ନିଜ ନିଜ କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଓ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପସ୍ଥାପନ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ