ସାଇକେଲରେ ସହର ବୁଲିଲେ ବିଧାୟକ ସିଦ୍ଧାନ୍ତ: ବାଣ୍ଟିଲେ ସ୍ବଚ୍ଛତାର ବାର୍ତ୍ତା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  :ଅହିଂସା ଓ ସତ୍ୟର ମାର୍ଗ ଦେଇ ଦେଶକୁ ସ୍ବାଧିନତା ଆଣିବାରେ ପ୍ରମୁଖ ଗ୍ରହଣ କରିଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ  ଜୟନ୍ତୀ ଅବସରରେ ଶୁକ୍ରବାର  ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଥିଲା । ଗାନ୍ଧିଜୀଙ୍କ ସ୍ବଚ୍ଛ ଭାରତର ସ୍ବପ୍ନକୁ ସାକାର କରିବା  ଏବଂ ସ୍ବଚ୍ଛତାର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଓ ସହରର ପରିବେଶକୁ ସ୍ବଚ୍ଛ ଓ ସୁନ୍ଦର କରିବା  ଉଦ୍ଦେଶ୍ୟରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ସ୍ଥାନୀୟ ସହର ଉପକଣ୍ଠ ଶ୍ରୀ ହନୁମାନ ଛକ ରୁ ଏନ୍ଏସି ପକ୍ଷରୁ ଆୟୋଜିତ ସାମୂହିକ ସାଇକେଲ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଲୋକଙ୍କୁ ସ୍ବଚ୍ଛତା ର ବାଣ୍ଟିଥିଲେ।  ପ୍ରଥମେ ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ଥିବା ପୋଖରୀରେ ସାମୂହିକ ସଫେଇ କାର୍ଯ୍ୟକ୍ରମରେ ସେ ଯୋଗଦେଇ  ପୋଖରୀରେ ପଡ଼ିଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିଥିଲେ । ପରେ ସ୍ବଚ୍ଛତା ହିଁ ସେବା ଅଭିଯାନରେ ସ୍ଥାନୀୟ ବଜାରସାହି ସ୍ଥିତ ଗାନ୍ଧୀ ଛକ ରେ ଜାତିର ଜନକ ମହାତ୍ମା ଗାନ୍ଧୀ ଏବଂ ଅନ୍ୟ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ସେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ  ସାଇକେଲ ଯୋଗେ ସହର ପରିକ୍ରମା କରିଥିଲେ । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ସାଇକେଲର ବହୁଳ ବ୍ଯବହାର କରିବା ପାଇଁଁ ସେ ଛାତ୍ରୀ ଛାତ୍ର ଓ ସହରବାସୀ ଙ୍କୁ ସଚେତନତା କରାଇଥିଲେ । ଶେଷରେ ୩ ନଂ ୱାର୍ଡ ପିଏଚଡି ଅଫିସ ନିକଟରେ ଥିବା ସ୍ମାର୍ଟ ପାର୍କ ପରିସରରେ  ବୃକ୍ଷ ଚାରା ରୋପଣ କରିବା ସହ ସହରର ସାମଗ୍ରୀକ ବିକାଶ ଏବଂ ବିବିଧ ସମସ୍ୟାର ସମାଧାନ ନେଇ ଉପସ୍ଥିତ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ରାଜ୍ଯ ସରକାରଙ୍କ ସ୍ବଚ୍ଛତା ହିଁ ସେବା ଅଭିଯାନ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଦିଗପହଣ୍ଡି ଏନ୍ଏସି ପକ୍ଷରୁ  ଆସନ୍ତା ଅକ୍ଟୋବର ୧୭ ଯାଏଁ ସମୂହ ସଫେଇ କାର୍ଯ୍ୟକ୍ରମ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ  କାଉନସିଲର ସୁଶାନ୍ତ କୁମାର ପାତ୍ର , ନୀଳମାଧବ ଗୈାଡ , ସୁନୀଲ ପଣ୍ଡା , କାଉନସିଲର ପ୍ରତିନିଧି ରଞ୍ଜିତ ବେହେରା , ଇ . ଶଙ୍କର , ରମେଶ ଜେନା ଙ୍କ ସମେତ ଏନ୍ଏସି ର ସମସ୍ତ କର୍ମଚାରୀ ଓ ସଫେଇ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ