ହତ୍ୟା ଉଦ୍ୟମ ମାମଲା: ୪ ମାସ ପରେ ଦମ୍ପତ୍ତି ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ସାହାଣୀ ସାହିର କୀର୍ତ୍ତନ ଦାସ(୬୬) ଏବଂ ତାଙ୍କ ସ୍ତ୍ରୀ ସୁବାସି ଦାସ(୬୦) ଙ୍କୁ ଶୁକ୍ରବାର ଦିଗପହଣ୍ଡି ପୋଲିସ ଏକ ହତ୍ୟା ଉଦ୍ୟମ ମାମଲା ରେ ସମ୍ପୃକ୍ତ ଥିବା ଦର୍ଶାଇ ଗିରଫ କରିବା ପରେ ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା ନଂ. ୨୩୪/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଦମ୍ପତ୍ତି ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ଜୁନ ୨୯ ତାରିଖରେ ପାରିବାରିକ ଶତ୍ରୁତା କୁ କେନ୍ଦ୍ରକରି ଅଭିଯୁକ୍ତ ଦମ୍ପତ୍ତି ଏବଂ ତାଙ୍କ ପୁଅ ପ୍ରଭାକର ଦାସ ଓରଫ ବୁଡୁ ତାଙ୍କ ସାହି ର ଗୋପୀନାଥ ଦାସ ଏବଂ ତାଙ୍କ ପରିବାର ଲୋକଙ୍କୁ ଠେଙ୍ଗା ରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।ଏନେଇ ଗୋପୀନାଥ ଙ୍କ ପୁଅ ଦିଲ୍ଲୀପ ଦାସ ଦିଗପହଣ୍ଡି ଥାନାରେ ଘଟଣା ଦିନ ଏତଲା ଦେଇଥିଲେ।ଏତଲା କୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ପୂର୍ବରୁ ଏହି ମାମଲାରେ ସମ୍ପୃକ୍ତ ପ୍ରଭାକର ଓରଫ ବୁଡ଼ୁ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଘଟଣା ପରଠାରୁ ଅଭିଯୁକ୍ତ ଦମ୍ପତ୍ତି ଗିରଫ ଭୟରେ ଫେରାର ଥିଲେ। ଉଭୟେ ଘର କୁ ଫେରିଥିବା ଖବର ପାଇ ପୋଲିସ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ସାହିରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲେ।


