ସାମ୍ବାଦିକ ମିଳିତ ମହାମଞ୍ଚର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ରାଇରଙ୍ଗପୁର,(ୱାଇଏନଏସ): ସାମ୍ବାଦିକ ମିଳିତ ମହାମଞ୍ଚ ତରଫରୁ ଆଜି ସୋମବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବିନେଇ ଧାରଣ ଦିଆଯାଇଥିଲା ।ସୂଚନାଯୋଗ୍ୟ ସାମ୍ବାଦିକମାନେ କାର୍ଯ୍ୟକ୍ଷେତ୍ରରେ ସାମ୍ବାଦିକତା ସଂଗ୍ରହ ଓ ପ୍ରକାଶନ ପରେ ପ୍ରଶାସନ , ପୋଲିସ ଏବଂ ଭିତିରିଆ ରାଜନୈତିକ ପ୍ରୋତ୍ସାହନ ପାଉଥିବା ଅସାମାଜିକ ଲିପ୍ତ ଥିବା ବ୍ୟକ୍ତି ଗୋମାଫିଆ,ଲଘୁଖଣିଜ ପଦାର୍ଥ ଲୁଣ୍ଠନ କାରୀ,ଜୁଆଡି,ଵନ୍ଯପ୍ରାଣୀ ତସ୍କର,ନିମ୍ନମାନର କାମ କରୁଥିବା ଠିକାଦାର,ଏମଡିଏମ୍ ଚାଉଳ ହେରାଫେରୀ ସମ୍ପୃକ୍ତଙ୍କ ଆକ୍ରୋଶରେ ଶିକାର ହେଉଛନ୍ତି ।କାର୍ଯ୍ଯକ୍ଷେତ୍ରରେ ସେମାନଙ୍କ ଜୀବନ ବିପନ୍ନ ।ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟ ଭଳି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରନ୍ତୁ ।ସାମ୍ବାଦିକଙ୍କ ସ୍ୱାସ୍ଥ୍ୟବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଵୀମାବୃଦ୍ଧିସହ ପିତାମାତାଙ୍କୁ ସ୍ବାସ୍ଥ୍ୟ ଵୀମାରେ ଅନ୍ତର୍ଭୁକ୍ତ କରାଯାଉ ।ଅନ୍ୟ ରାଜ୍ୟ ଭଳି ସରକାର ସାମ୍ଵାଦିକ ପେନସନ ଯୋଜନା ଲାଗୁ କରାନ୍ତୁ ।ସାମ୍ବାଦିକ, ପ୍ରଶାସନ ଓ ପୋଲିସ ମଧ୍ୟରେ ଉତ୍ତମ ସମନ୍ୱୟ ଏବଂ ପରିଚାଳନା ପାଇଁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ଯାଳୟରେ ରହିଥିବା ସାମ୍ବାଦିକମାନଙ୍କର ତାଲିକା ପ୍ରତି ମାସରେ ରିଭ୍ୟୁ କରାଯାଇ ବୈଧ ତାଲିକା ପ୍ରସ୍ତୁତ କରାଯିବା ସହ ଜିଲ୍ଲାର ସମସ୍ତ ବିଭାଗୀୟ କାର୍ଯ୍ୟାଳୟରେ ଏବଂ ଥାନା ଗୁଡିକରେ ଉପଲବ୍ଧ କରାଯିବା ପାଇଁ ଦାବି ।ପରେ ସାମ୍ବାଦିକମାନେ ଏଡିଏମ ଈଶ୍ବର ନାଏକଙ୍କୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ ।ଜିଲ୍ଲାର ସମସ୍ତ ବ୍ଳକ ପୌରାଞ୍ଚଳ,ଏନଏସିର କାର୍ଯ୍ୟରତ ଶତାଧିକ ସାମ୍ବାଦିକ ଯୋଗ ଦେଇଥିଲେ ।ଏହି ମିଳିତ ମହାମଞ୍ଚରେ ଓଯେୟୂର ରାଜ୍ୟ ଉପସଭାପତି ଦୀପକ ନାୟକ,ଜିଲ୍ଲା ସଭାପତି ଅଭିଜିତ ମହାନ୍ତି,ଉତ୍କଳ ସାମ୍ବାଦିକ ଜିଲ୍ଲା ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ,ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଅରୁଣ ହୋତା, ଓଡ଼ିଶା ସାମ୍ବାଦିକ ୟୁନିଅନର ଓୟୂଜେର ଅକ୍ଷୟ ବିଶ୍ବାଳ,କନକ ଟିଭିର ଦୋଳଗୋବିନ୍ଦ ନାୟକ,ସାରସକଣା ର ମଳୟ ନାୟକ ଏବଂ ଅନ୍ୟ ସାମ୍ବାଦିକ ସାମ୍ବାଦିକ ମାନେ ସାଂପ୍ରତିକ ପରିସ୍ଥିତିରେ ସମ୍ମୁଖିନ ହେଉଥିବା ଅସୁବିଧା ଏବଂ ଏଥିପାଇଁ ସାମ୍ବାଦିକମାନେ ମୟୂରଭଂଜ ଜିଲ୍ଲା ମିଳିତ ସାମ୍ବାଦିକ ମହାମଞ୍ଚର ଛତାତଳେ ଏକଜୁଟ ହୋଇ ନିଜର ହକ୍ ପାଇଁଲଢିବା ବୋଲି ସମସ୍ତେ ନିଷ୍ପତ୍ତି ନେଇଥିଲେ ।ସାମ୍ବାଦିକ ଏକତା ଜିନ୍ଦାବାଦ ,ସାମ୍ବାଦିକ ଙ୍କ ପେନସନ ଆମର ଦାବି ,ସାମ୍ବାଦିକ ସୁରକ୍ଷା ନିୟମ ପ୍ରଣୟନ ଆମର ଦାବି, ସାମ୍ବାଦିକ ବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆମର ଦାବି ନାରାରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଞ୍ଚଳ ।ଧାରଣାସ୍ଥଳୀକୁ ପ୍ରାକ୍ତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡୀ, ଜିଲ୍ଲାପରିଷଦ ଅଧ୍ଯକ୍ଷା ଭାରତୀ , ବରିଷ୍ଠ ବିଜେଡ଼ି ନେତା ନଛି ମହାନ୍ତି,ପ୍ରାକ୍ତନ କୃଷି ଶିଳ୍ପ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ସାମ୍ବାଦିକଙ୍କ ଧାରଣାସ୍ଥଳୀରେ ପହଞ୍ଚି ସାମ୍ବାଦିକଙ୍କ ଦାବି ପ୍ରତି ସମର୍ଥନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ