କୋଣାର୍କ ମଣ୍ଡଳ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କୋଣାର୍କ (ଓ୍ବାଇଏନଏସ): ପୁରୀ ଜିଲ୍ଲା ବିଜେପିର କୋଣାର୍କ ମଣ୍ଡଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ କୋଣାର୍କ ବସଷ୍ଟାଣ୍ଡ ନିକଟସ୍ଥ ପ୍ରେମ୍ କାନଭେନ୍ଠାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ଗୋପୀନାଥ ସ୍ୱାଇଁଙ୍କଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ କାକଟପୁର ନିର୍ବାଚନମଣ୍ଡଳୀର ବିଜେପି ନେତା ବାଇଧର ମଲ୍ଲିକ,ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ୱାଳ, ପୁରୀ ଜିଲ୍ଲା ସମ୍ପାଦକ ବିକ୍ରମ ବରାଳ, ପୁରୀ ଜିଲ୍ଲା ଶାନ୍ତି କମିଟି ସଦସ୍ୟ ରଞ୍ଜିତ ରାଉତରାୟ, ସାଂସଦ ପ୍ରତିନିଧି ମଙ୍ଗରାଜ ମୁଦୁଲି, ମଣ୍ଡଳ ପ୍ରଭାରୀ ନଟବର ସ୍ୱାଇଁ, ମଣ୍ଡଳ ପ୍ରତିନିଧି ତଥା ଯୁବନେତା ମନୋଜ ନାୟକ, ମହିଳା ମୋର୍ଚ୍ଚା ସଭାନେତ୍ରୀ ଚନ୍ଦ୍ରିକା ରାଉତରାୟ ଏବଂ ମଣ୍ଡଳ ସାଧାରଣ ସମ୍ପାଦକ ନୃସିଂହ ନାୟକ ଓ ମିତ୍ରଲାଭ ନାୟକ ପ୍ରମୁଖ ଯୋଗଦେଇଥିଲେ। ବୈଠକରେ କୋଣାର୍କ ମଣ୍ଡଳ ତଥା କୋଣାର୍କ ଏନ୍ଏସି ଅଞ୍ଚଳରେ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚିବା, ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ଏବଂ ଯୋଜନାଗୁଡ଼ିକର ସୁଫଳ ଯେପରି ହିତାଧିକାରୀଙ୍କ ନିକଟରେ ପହଞ୍ଚିପାରିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମଣ୍ଡଳର ସମସ୍ତ ବୁଥ୍ ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖଙ୍କ ସମେତ କୋଣାର୍କ ମଣ୍ଡଳର ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ତୁଷାର ସ୍ୱାଇଁ, ମନୋଜ ଭାରତୀ, ଦୁର୍ଯ୍ୟୋଧନ ବରାଳ ସଞ୍ଜୟ ବିଶ୍ୱାଳ ଓ ସବିତା ରଥ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


