ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପ୍ରଶିକ୍ଷଣ କର୍ମଶାଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବୁଧବାର ରାଜ୍ୟ ନିର୍ବାଚନ କମିଶନ ଏବଂ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ଏନଏସି ସଭାଗୃହ ପରିସରରେ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏକ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ପ୍ରଶିକ୍ଷଣ କର୍ମଶାଳା ରେ ଆସନ୍ତା ୨୬ ରୁ ନଭେମ୍ବର ୭ ପର୍ଯ୍ୟନ୍ତ କାର୍ଯ୍ୟରତ ବୁଥ୍ ଲେବଲ୍ ଅଫିସର ବୃନ୍ଦ ଦିଗପହଣ୍ଡି ଏନ୍ ଏସିର ୧୧ ଟି ୱାର୍ଡର ପ୍ରତ୍ଯେକ ଘରକୁ ଘର ବୁଲି ସେମାନଙ୍କ ଠାରୁ ତଥ୍ଯ ସଂଗ୍ରହ କରି ଆଗାମୀ ପୌର ନିର୍ବାଚନ ପୂର୍ବରୁ ପୃଥକ ଭୋଟରଙ୍କ ତାଲିକା କିପରି ପ୍ରସ୍ତୁତ କରିପାରିବେ ତାହାକୁ ନେଇ ତାଲିମ ଦିଆଯାଇଥିଲା ।ଏହି କର୍ମଶାଳାରେ ସମସ୍ତ କର୍ମଚାରୀ , ବୁଥ୍ ଲେବୁଲ ଅଧିକାରୀ ବୃନ୍ଦ ଏବଂ ସୁପର ଭାଇଜର ବୃନ୍ଦ ଉପସ୍ଥିତ ଥିଲେ।


