ଆଗାମୀ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି: ଆସନ୍ତା ୨୬ରୁ ଆରମ୍ଭ ହେବ ଘରକୁ ଘର ସର୍ଭେ
ଆସିକା(ୱାଇଏନ୍ଏସ୍) : ଆଗାମୀ ପୌର ନିର୍ବାଚନ ୨୦୨୭ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଅକ୍ଟୋବର ୨୬ ତାରିଖରୁ ଘରକୁ ଘର ସର୍ଭେ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ପରେ ଆସନ୍ତା ୨୦୨୭ ମସିହା ଜାନୁୟାରୀ ମାସ ୧ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶିତ ପାଇବ । ତାଲିକା ସମ୍ପର୍କରେ ଦାବୀ ଓ ଆପତ୍ତି ଦାଖଲ କରିବା ପାଇଁ ଭୋଟର ମାନଙ୍କୁ ୨୦ ଦିନ ସମୟ ଦିଆଯିବ । ସମସ୍ତ ଦାବୀ ଓ ଆପତ୍ତିର ଯାଞ୍ଚ ଏବଂ ଆବଶ୍ୟକୀୟ ପ୍ରକ୍ରିୟା ସମାପ୍ତ ହେବା ପରେ ଫେବୃୟାରୀ ୧୦ ତାରିଖରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୬ ତାରିଖରୁ ନଭେମ୍ବର ମାସ ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସ୍ଥାନୀୟ ପୌର ପରିଷଦର ସମ୍ମିଳନୀ କକ୍ଷରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆସିକାର ଅତିରିକ୍ତ ତହସିଲଦାର ଶୁଭଦର୍ଶିନୀ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ମାଷ୍ଟର ଟ୍ରେନର୍ ରୂପେ ବିଏଲ୍ଓ ସୁପରଭାଇଜର ରାମନାଥ ପଟ୍ଟନାୟକ, ଶିବଶଙ୍କର ଜେନା, ସନ୍ତୋଷ କୁମାର ବେହେରା, ମାନସୀରାଣୀ ସାହୁ ପ୍ରମୁଖ ଯୋଗଦେଇ ଗୋଟିଏ ପରିବାରର ସମସ୍ତ ଭୋଟର ଯେମିତି ଗୋଟିଏ ଭୋଟଦାନ କେନ୍ଦ୍ରରେ ଭୋଟ ଦେଇପାରିବେ ଏବଂ ଗୋଟିଏ ଅଞ୍ଚଳର ସମସ୍ତ ଭୋଟର ଯେମିତି ଗୋଟିଏ କେନ୍ଦ୍ରରେ ଭୋଟ ଦେଇପାରିବେ, ଗୋଟିଏ ପରିବାରର ସମସ୍ତ ଭୋଟରଙ୍କ ନାମ ସମାନ ୱାର୍ଡ ଏବଂ ବୁଥ୍ର ଭୋଟର ତାଲିକାରେ କ୍ରମାନ୍ୱୟରେ ରଖାଯିବ ସେ ସଂକ୍ରାନ୍ତରେ ବିଭିନ୍ନ ଥିବା ନୀତିନିୟମ ଉପରେ ମାର୍ଗଦର୍ଶନ କରିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଭଞ୍ଜନଗର ଉପଖଣ୍ଡ ଭୋଟର ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମ୍ମାଙ୍କ ପରାମର୍ଶକ୍ରମେ ଆଗାମୀ ପୌର ନିର୍ବାଚନ ସକାଶେ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ବିଏଲ୍ଓ ନିବେଦିତା ପଟ୍ଟନାୟକ, ସସ୍ମିତା ପାଢୀ, ଆରତୀ ପଟ୍ଟନାୟକ, ଗୀତାଞ୍ଜଳୀ ପଣ୍ଡା, ରଶ୍ମିତା ଦାଶ, ସୁଜାତା କୁମାରୀ ସେଠୀ, ପ୍ରତିମା ଗୌଡ, ଶିବାନୀ ପୂଜାରୀ, ଅନିତା ପଟ୍ଟନାୟକ, ରଶ୍ମିତା କୁମାରୀ ଜେନା, ସୁନିତା ପଣ୍ଡା, ଅନିତା ପଣ୍ଡା, ସ୍ୱପ୍ନାରାଣୀ ବେହେରା, ସବିତା କୁମାରୀ ସାହୁ, ସନ୍ତୋଷିନୀ ପଣ୍ଡା, ଟୁଲୁ ବେହେରା, ବଟକୃଷ୍ଣ ଗୌଡଙ୍କ ସମେତ ବହୁ ବିଏଲ୍ଓ ଏବଂ ବିଏଲ୍ଓ ସୁପରଭାଇଜର ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।


