ରୋଗୀ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଅନୁରୋଧ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଗାଙ୍ଗପୁର ଥାନା ମୁନିଗାଡି ଗାଁରେ ସରକାରଙ୍କ ତରଫରୁ ଗାଙ୍ଗପୁର କିମ୍ବା ବାଳିଶିରା କିମ୍ବା ଗୋବରା ବ୍ୟତୀତ ଏହି ଅଞ୍ଚଳରେ ଆକସ୍ମିକ କୌଣସି ଦୁର୍ଘଟଣା ଘଟିଲେ ନିକଟରେ କିଛି ସୁବିଧା ନ ଥିବାରୁ ସ୍ଥାନୀୟ ଲୋକଙ୍କ ଆବଶ୍ୟକତା ଦୁଷ୍ଠିରୁ ସ୍ୱତ ପ୍ରବୃତ୍ତ ଭାବେ ସମାଜସେବୀ ତଥା ଜଣେ ଏ ଅଂଚଳର ଫାର୍ମାସିଷ୍ଟ ପଞ୍ଚାନନ ସାବତ ତାଙ୍କ ମେଡିକାଲ ଷ୍ଟୋରରେ ଦୁଇ ଜଣ ଯୁବ ଡକ୍ଟରସୋମବାର ପୁରୁଷୋତ୍ତମ ସ୍ଵାଇଁ, ବୁଧବାର କିରନ୍ କୁମାର ନାୟକ ଙ୍କ ତରଫରୁ ଏହି ଅଞ୍ଚଳରେ ରୋଗୀ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅଞ୍ଚଳ ବାସୀଙ୍କ ତରଫରୁ ଅନୁରୋଧ ରକ୍ଷା କରି ଯୋଗ ଦେବାକୁ ରାଜି ହୋଇଥିବାରୁ ଏହି ଅଞ୍ଚଳରେ ଲୋକ ମାନଙ୍କ ଆନନ୍ଦରେ ଆତ୍ମହରା ହୋଇପାରିଛନ୍ତି! ଯେତେ ଦିନ ପର୍ଯ୍ୟନ୍ତ ଏହି ଅଞ୍ଚଳରେ ଲୋକ ମାନଙ୍କ ସହଯୋଗ ମିଳିବ ସେତେ ଦିନ ପର୍ଯ୍ୟନ୍ତ ସେମାନେ ଅଞ୍ଚଳ ବାସୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜି ହୋଇଛନ୍ତି! ଆଜିର ଏହି ଅଞ୍ଚଳରେ ରୋଗୀ ସେବା ଆରମ୍ଭ ରେ ସ୍ଥାନୀୟ ପୂର୍ବତନ ପୋଷ୍ଟ ମାଷ୍ଟର ବଂଶିଧର ଗୌଡ଼, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ସାବତ, ସେନା କର୍ମଚାରୀ ବଳଦେବ ଗୌଡ଼ , ଭାସ୍କର ସାହୁ, କାଲୁ ଗୌଡ଼ ପ୍ରମୁଖ ଯୋଗ ଦେଇ କାର୍ଯକ୍ରମ ର ଶୁଭାରମ୍ଭ କରିଥଲେ! ଆଜିଠାରୁ ଏହି ଅଞ୍ଚଳରେ ରୋଗୀ ସେବା ଜାରି ରଖିବା ପାଇଁ ଆବଶ୍ୟକ ଉପକରଣ ଓ ମେଡ଼ିସିନ୍ ଖାଇବା ପିଇବା ପାଣି ର ବ୍ୟବସ୍ଥା କରିବା ପାଇଁ ଏହି ବନ୍ୟା ପାଣିରେ ବୁଡ଼ି ଯାଇଥିବା ଲୋକମାନଙ୍କ ନିକଟରେ ସ୍ବାସ୍ଥ୍ୟ ସେବା କରିବା ପାଇଁ ପଞ୍ଚାନନ ମେଡିକାଲ ଷ୍ଟୋର ଯୋଗାଇ ଦେବା ପାଇଁ ସହଯୋଗର ହାତ ବଢ଼ାଇଥିବାରୁ ଅଂଚଳ ବସି ଧନ୍ୟବାଦ୍ ଜଣାଇଛନ୍ତି


