ମଦ ଦୋକାନୀଙ୍କ ମନମାନି ଉପରେ ବିଧାୟକଙ୍କ ଚଢ଼ାଉ
ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ଗ୍ରାହକଙ୍କୁ ଲୁଟୁଥିଲେ ମଦ ଦୋକାନୀ ଲେଖାଥିବା ନିର୍ଦ୍ଧାରିତ ମୂଲ୍ୟ (ଏମ୍ଆର୍ପି) ଠାରୁ ଅଧିକ ଦାମରେ ମଦ ବିକ୍ରି ହେଉଥିବା ନେଇ ବାରମ୍ବାର ଅଭିଯୋଗ ପରେ ଆଜି ମାଲକାନଗିରି ବିଧାୟକ ନରସିଂହ ମାଡକାମୀଙ୍କ ଚଢ଼ାଉ। ସୁକୁମା ବାଇପାସ କେନାଲ ନିକଟରେ ଥିବା ଏକ ଠିପି ବନ୍ଦ ମଦ ଦୋକାନରେ ନିଜେ ମାଲକାନଗିରି ବିଧାୟକ ଓ କିଛି ବିଜେପି କର୍ମୀ ଙ୍କ ସହ ଅଚାନକ ପହଞ୍ଚି ଅନିୟମିତତାର ଯାଞ୍ଚ କରିବା ସହ ଘଟଣାସ୍ଥଳକୁ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କୁ ଡକାଇ ବାରମ୍ବାର ଏମିତି ଅନିୟମିତତା ସୋସିଆଲ ମିଡ଼ିଆ ରେ ଅଭିଯୋଗ ହେଉଥିଲେ ମଧ୍ୟ୍ୟ କାହିଁକି ଏ ପର୍ଯ୍ୟନ୍ତ ଅବକାରୀ ବିଭାଗ ପକ୍ଷରୁ ଏହି ଠିପି ବନ୍ଧ ମଦ ଦୋକାନ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ ଅବକାରୀ ଅଧିକ୍ଷକ ଙ୍କ ଉପରେ ବର୍ଷିଥିଲେ । ଅଭିଯୋଗର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ମଦ ଦୋକାନ ଉପରେ ୨ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି। ନିର୍ଦ୍ଧାରିତ ଦାମଠାରୁ ଅଧିକ ଟଙ୍କା ଆଦାୟ କରି ଗ୍ରାହକଙ୍କୁ ଶୋଷଣ କରୁଥିବା ଦୋକାନୀଙ୍କ ବିରୋଧରେ ବିଧାୟକଙ୍କ ଏହି ପଦକ୍ଷେପ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ମଦ ଦୋକାନରେ ମନମୁଖୀ ଦର ଆଦାୟକୁ ନେଇ ଜନସାଧାରଣଙ୍କ ଅସନ୍ତୋଷ ମଧ୍ୟରେ ବିଧାୟକଙ୍କ ଏହି ଚଢ଼ାଉ ଗ୍ରାହକଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି


