ବାଲିଯାତ୍ରାରେ ସୁରକ୍ଷାର ତ୍ରିସ୍ତରୀୟ ପ୍ରସ୍ତୁତି, ଜଗିବେ ୭୦ ପ୍ଲାଟୁନ୍ ଫୋର୍ସ

କଟକ, (ଓ୍ବାଇଏନଏସ): ଆଉ ଦିନକ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଏଥର ମେଳାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ଆଶା ରହିଥିବାରୁ ଭିଡ଼ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପର ହୋଇଉଠିଛି କମିଶନରେଟ୍ ପୁଲିସ। ଦର୍ଶକଙ୍କ ସୁରକ୍ଷା ସହ ମେଳାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ବାଲିଯାତ୍ରା ପଡ଼ିଆର ସୁରକ୍ଷା ଦାୟିତ୍ୱରେ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪୦୦ ଅଫିସର ନିୟୋଜିତ ରହିବେ। ମେଳା ପରିସରର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବାକୁ ୩୮ଟି ୱାଚ୍ ଟାୱାର ନିର୍ମାଣ କରାଯିବ। ଏଥିସହ ୧୨୦୦ଟି ସିସିଟିଭି କ୍ୟାମେରା ଓ ୧୦୦ଟି ଏଆଇ କ୍ୟାମେରା ଜରିଆରେ ସମଗ୍ର ମେଳା ପଡ଼ିଆ ଉପରେ କଡ଼ା ନଜର ରଖାଯିବ। ଏହି ଅତ୍ୟାଧୁନିକ ନିରୀକ୍ଷଣ ବ୍ୟବସ୍ଥା ଦ୍ୱାରା ଭିଡ଼ ନିୟନ୍ତ୍ରଣ ସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। ସେହିପରି ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଯୋଜନା କରାଯାଇଛି। ରାଷ୍ଟ୍ରପତି ଯେଉଁ ରାସ୍ତା ଦେଇ ଯାତାୟାତ କରିବେ, ସେହି ରୁଟ୍‌ରେ ସାଧା ପୋଷାକଧାରୀ ପୁଲିସ କର୍ମଚାରୀ ମୁତୟନ ରହିବେ। ଏଥିସହ ସମ୍ପୃକ୍ତ ରାସ୍ତାରେ ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା କରାଯିବ। ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ସୁଚାରୁ ରୂପେ ପରିଚାଳନା କରିବା ଉପରେ ପୁଲିସ ଗୁରୁତ୍ୱ ଦେଇଛି। ବାଲିଯାତ୍ରା ସମୟରେ ଲକ୍ଷାଧିକ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମେଳା ପରିସରରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା, ଅପ୍ରୀତିକର ପରିସ୍ଥିତିକୁ ରୋକିବା ଓ ଦର୍ଶକଙ୍କ ଯାତାୟାତକୁ ସୁଗମ କରିବା ଉପରେ ପୁଲିସ ପ୍ରଶାସନର ଫୋକସ୍ ରହିଛି। ଏଥିପାଇଁ ପଡ଼ିଆଠାରୁ ଆରମ୍ଭ କରି ରାଷ୍ଟ୍ରପତିଙ୍କ ଗସ୍ତ ରୁଟ୍ ପର୍ଯ୍ୟନ୍ତ ସବୁଠି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ