ବ୍ଲକ ସ୍ତରୀୟ ମତ୍ସ୍ୟ ପ୍ରାଣୀ ସମ୍ପଦ ମେଳା

ବନ୍ତ,(ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗ ଦେଇ ଉତ୍ସବକୁ ଉଦଘାଟନ କରି ସରକାରୀ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ପ୍ରଶାସନିକ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି ବୋଲି କହିଥିଲେ। ପ୍ରାରମ୍ଭରେ ଗୋ ପୂଜନ ଓ ବୃକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମ୍ମାନୀତ ଅତିଥି ଭାବେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସୁଶୀଲ କୁମାର ଧଳ, ଜିଲା ମୁଖ୍ୟ ମତ୍ସ୍ୟ ଅଧିକାରୀ ଅମର କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବିଡ଼ିଓ ସୀତାକାନ୍ତ ରାଉତ, ବ୍ଲକ କୃଷି ଅଧିକାରୀ ତୁଷାରକାନ୍ତ ପତି, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଯୋଗମାୟା ସିଂ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ(ରୋଗ ନିରୂପଣ) ଡାକ୍ତର ବିଜୟ କେତନ ପଟ୍ଟନାୟକ, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ(ପ୍ରାଣୀ ମଙ୍ଗଳ ) ଡାକ୍ତର ଜଗଦୀଶ ମହାନ୍ତି, ଆଗରପଡା ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଲିଜାରାଣୀ ପାଢ଼ୀ, ବନ୍ତ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ଅନୁଶ୍ରୀ ମିଶ୍ର ଉପସ୍ଥିତ ଥିଲେ।ଭ୍ରାମ୍ୟମାଣ ସହକାରୀ ପ୍ରାଣୀ ଚିକିତ୍ସକ ଡାକ୍ତର ମୋନାଲିସା ପ୍ରଧାନ ପ୍ରାରମ୍ଭିକ ସୂଚନା ଓ ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଗୀତାଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଆୟୋଜିତ ମେଳାରେ ମତ୍ସ୍ୟ, ପ୍ରାଣୀ ଓ କୃଷି ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା।ଏଥିସହ ଭିଡିଓ ପ୍ରଦର୍ଶନ ମାଧ୍ୟମରେ ଚାଷୀ ମାନଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ଛୟାଳସିଂ ପଞ୍ଚାୟତର ସଫଳ ଚାଷୀ ଅଭିରାମ ନାୟକ ଓ ଗୋପୀନାଥପୁର ପଞ୍ଚାୟତର ଜୟନ୍ତୀ ଲେଙ୍କାଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଚାଷୀ ଶିବାନନ୍ଦ ନାୟକ ଓ ପ୍ରମିଳା ମଲ୍ଲିକଙ୍କୁ ସବସିଡ ରାଶି ପ୍ରଦାନ କରାଯିବା ସହ ୪ ଜଣ ଚାଷୀଙ୍କୁ ନୂତନ ପ୍ରକଳ୍ପ ଆରମ୍ଭ କରିବା ନେଇ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ, ସୋମନାଥ ନାୟକ, କାହ୍ନୁ ଚରଣ ମିଶ୍ର, କୃଷ୍ଣ ଚନ୍ଦ୍ର ଲେଙ୍କା, ଶଶୀକାନ୍ତ ନାୟକ, ଦିଲୀପ କୁମାର ପାଇକରାଏ, ରାଜେଶ ବିଶ୍ୱାଳ, ସଞ୍ଜୟ ଜେନା, କର୍ମଚାରୀ ରମେଶ ବାରିକ, ଅତୁଲ କୁମାର ଦାସ, ଅମର ରାଉତ, ରଞ୍ଜନ ସାହୁ, ଜ୍ଞାନେନ୍ଦ୍ର କୁମାର ପାଣିଗ୍ରାହୀ, ମନୋଜ ଜେନା, ମୈତ୍ରୀ ଶଶୀକାନ୍ତ ସେଠୀ, ରାଜ କିଶୋର ଜେନା, ସୂର୍ଯ୍ୟକାନ୍ତ ପ୍ରଧାନ, ଆକାଶ ଜେନା, ଗୋପାଳ ପତି, ବିଜୟାନନ୍ଦ ଦାସ, ନରେଶ ମହାନ୍ତି, ରାଜ କିଶୋର ଘଡେଇ, ଚିନ୍ମୟ ଘଡେଇ, ଦୀନବନ୍ଧୁ ବାରିକ, ମୁକ୍ତିକାନ୍ତ ମଲ୍ଲିକ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ