ଓସ୍ତପୁର ସମବାୟ ସମିତିରେ ଧାନମଣ୍ଡି ଉଦ୍ଘାଟିତ
କେନ୍ଦ୍ରାପଡା -କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ କୃଷି ସମବାୟ ସମିତିରେ ମଙ୍ଗଳବାର ପୂର୍ବାହ୍ନରେ ଧାନମଣ୍ଡି ଉଦ୍ଘାଟିତ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଧାନମଣ୍ଡିକୁ ଉଦ୍ଘାଟନ କରିଥିଲେ । ଏହି ଉପଲକ୍ଷେ ସମବାୟ ସମିତିର ସଭାପତି ଫକିର ଚରଣ ଖଟୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ବ୍ଲକ ଅଧ୍ୟକ୍ଷ ଶ୍ରୀ ଧଳ ଯୋଗଦେଇ କହିଥିଲେ ଯେ ଚାଷୀ ମଣ୍ଡିରେ ଧାନ ବିକ୍ରୀ କରିବାରେ ଯେପରି କୈାଣସି ସମସ୍ୟା ସୃଷ୍ଟି ନହୁଏ ସେଥିପ୍ରତି ଉଚିତ ଧ୍ୟାନଦେବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମବାୟ ସମିତିର ସହକାରୀ ନିବନ୍ଧକ ଅଶୋକ କୁମାର ବେହେରା, କଂସାର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ସୁଭଦ୍ରା ପ୍ରଧାନ, ସମିତି ନିର୍ଦେଶକ ଶ୍ରୀକାନ୍ତ ଜେନା, ସନ୍ଧ୍ୟାରାଣୀ ଜେନା, ଅକ୍ଷୟ କୁମାର ରାଉତ, କୁନ ମଳିକ, ବିଜୟାନନ୍ଦ ପ୍ରଧାନ, ବଂଶୀଧର ନାୟକ, ରବିନ୍ଦ୍ର ପଣ୍ଡା, ମକର ଚରଣ ନାୟକ, ସମିତି ସମ୍ପାଦକ ପ୍ରେମାଞ୍ଜନ ସାହୁ, ଅର୍ବାନ ବ୍ୟାଙ୍କ ନିର୍ଦେଶକ ମହେନ୍ଦ୍ର କୁମାର ପରିଡା, ବ୍ଲକ ସ୍ତରୀୟ ଧାନ କ୍ରୟ କମିଟି ସଦସ୍ୟ ଦିପ୍ତିରଞ୍ଜନ ମହାପାତ୍ର ଓ ଈଶ୍ୱର ଚନ୍ଦ୍ର ଜେନା, ଚାଷୀ ବିଜୟ କୁମାର ଜେନା, ଚନ୍ଦ୍ରକାନ୍ତ ରାଉତ, ଆଦିତ୍ୟ ନାରାୟଣ ପତି, ରମେଶ ଚନ୍ଦ୍ର ପରିଡା, ଦୀନବନ୍ଧୁ ପ୍ରଧାନ, କୃତିବାସ ବେହେରା, ଶ୍ରୀଧର ନାୟକ, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।