ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ

କୋଣାର୍କ – ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଉତ୍ସବରେ ସାମିଲ ହେବା ସହ
ସେଠାରେ ଗୋଟିଏ ଦିନ ରାତ୍ରୀଯାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇକୋ ରିଟ୍ରିଟ୍ ପାଇଁ ଓଡିଶା ପର୍ଯ୍ୟଟନ ବିଭାଗକୁ ପ୍ରଶଂସା କରିବା ସହ କହିଛନ୍ତି ଯେ ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଦ୍ୱାରା ଓଡିଶାର ଅର୍ଥନୀତି, ରୋଜଗାର ବୃଦ୍ଧି ପାଇବ ଏବଂ ଓଡିଶା ପର୍ଯ୍ୟଟନର ପରିଚୟ ସାରା ବିଶ୍ୱରେ ବଡ ହେବ । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଏହି ପଦକ୍ଷେପ ସଫଳତା ଲାଭ କରୁ ବୋଲି କେନ୍ଦ୍ରମନ୍ତ୍ରୀ ଦୃଢ ଆଶାବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଓଡିଶାରେ ପର୍ଯ୍ୟଟନ କ୍ଷେତ୍ରରେ ଅନେକ କିଛି ବିଶେଷତା ରହିଛି ଯାହା ସବୁ ସ୍ଥାନମାନଙ୍କ ଠାରୁ ଭିନ୍ନ ଲାଗେ । କୋଣାର୍କରେ ମେରାଇନ୍ ଡ୍ରାଇଭ୍ ରାମଚଣ୍ଡି ମୁହାଣ ନିକଟରେ ଆରମ୍ଭ ହୋଇଥିବା ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଏହାର ପ୍ରମାଣ ବୋଲି ସେ କହିଛନ୍ତି । ଏହି ଉତ୍ସବ ଓଡିଶାର ସମୃଦ୍ଧ ସାଂସ୍କୃତିକ ଐତିହ, ପରମ୍ପରା, ଆନନ୍ଦଦାୟକ ଭୋଜନ ଏବଂ ଉତମ ଅତିଥି ସତ୍କାରର ପ୍ରଦର୍ଶନ କରୁଛି । ଏହି ଉତ୍ସବ ଏକ ଭିନ୍ନ ପ୍ରକୃତି, ସଂସ୍କୃତି, ପରମ୍ପରାର ଗାଥା ଦେଉଛି ଯାହା ପର୍ଯ୍ୟଟନଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖୁଛି । ଓଡିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ନିଆଯାଇଥିବା ଇକୋ ରିଟ୍ରିଟ୍ ପଦକ୍ଷେପ ପ୍ରଂଶସନୀୟ । ଧୀରେ ଧୀରେ ଲୋକଙ୍କ ପର୍ଯ୍ୟଟନ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି । ବିଶେଷ ଭାବରେ ଘରୋଇ ତଥା ଦେଶ ଭିତରେ ଥିବା ପର୍ଯ୍ୟଟନ କ୍ଷେତ୍ର ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧିପାଇବାରେ ଲାଗିଛି । ଦେଶ, ବିଦେଶ ଏପରିକି ରାଜ୍ୟର ବିଭିନ୍ନ ଅଚଳରକୁ ଲୋକମାନେ ଏହି ଉତ୍ସବକୁ ଆସି ଏହାକୁ ଉପଭୋଗ କରୁଛନ୍ତି । ଓଡିଶାରେ ସାଢେ ୪୦୦ ରୁ ୫୦୦ କିମି ସୁନ୍ଦର ଉପକୂଳ ବେଳାଭୂମି ମାର୍ଗ ରହିଛି । ଏହି ବେଳାଭୂମି ମାର୍ଗ ଅର୍ଥନୀତିକୁ ପରିବର୍ତନ କରିବାର କ୍ଷମତା ରଖୁଛି । ଭାରତ ତଥା ଓଡିଶାର ଲୋକମାନେ ଏହି ମାର୍ଗର ସବୁପ୍ରକାର ସୌନ୍ଦର୍ଯ୍ୟକୁ ଦେଖିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ