ଦୁଇ ଆଇଏଏସ୍ ଅଧିକାରୀଙ୍କ ପଦୋନ୍ନତି
ଭୁବନେଶ୍ବର : ୨୦୨୦ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ୧୯୮୯ ବ୍ୟାଚର ଆଏଏସ ଅଫିସର ପ୍ରଦୀପ ଜେନା ଓ ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପଦବୀ ସହିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସଚିବ ଏବଂ ସ୍ପେସାଲ ରିଲିଫ କମିସନର ପଦବୀରେ ପୂର୍ବ ଭଳି ଦାୟିତ୍ୱ ତୁଲାଇବେ । ସେହିପରି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସହିତ ଜଙ୍ଗଲ ଓ ପରିବେଶ ବିଭାଗର ଶାସନ ସଚିବ ଦାୟିତ୍ୱ ତୁଲାଇବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦୋନ୍ନତି ପାଇଲ୍ ଅନୁମୋଦନ କରିଛନ୍ତି। ।