ଫ୍ୟାନଙ୍କ ମନ ଜିଣୁଛନ୍ତି ଅଦିତୀ
ମୁମ୍ବାଇ : ସୋସିଆଲ୍ ମିଡିଆରେ ନେପାଳୀ ଅଭିନେତ୍ରୀ ଅଦିତୀ ବୁଧାଥୋକୀଙ୍କ ଫଟୋ ତାଙ୍କ ଫ୍ୟାନମାନଙ୍କ ମନ ଜିଣିବାରା ଲାଗିଛି। ସେ ନିଜର ସ୍ବତନ୍ତ୍ର ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ରୂପରୁ ଯେତିକି ସୁନ୍ଦର ଗୁଣେରେ ମଧ୍ୟ ସେତିକି ସୁନ୍ଦର। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଅଦିତୀ ନେପାଲ ଛାଡି ମାୟାନଗରୀ ମୁମ୍ବାଇରେ ପାଦ ଦେଇଥିଲେ। ଏବେ ବଲିଉଡରେ ନିଜ କ୍ୟାରିଅର ଆରମ୍ଭ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଅଦିତୀ ଅନେକ ପଞ୍ଜାବୀ ଓ ହିନ୍ଦି ମ୍ୟୁଜିକ୍ ଭିଡିଓରେ ନଜର ଆସିସାରିଛନ୍ତି। ଏହା ବ୍ୟତୀତ ନେପାଳୀ ଫିଲ୍ମ ଓ ଗୀତଗୁଡିକରେ ମଧ୍ୟ ଅଭିନୟ କରିଛନ୍ତି ଏହି ଅଭିନେତ୍ରୀ। ନିକଟରେ ଅଦିତୀ ନିଜର ବିକିନି ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଏହି ଫଟୋଗୁଡିକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି।


