ରାଜ୍ୟପାଳଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଲେ ରାଜ୍ୟ ସ୍କାଉଟ୍ ଗାଇଡ଼୍ ସଂଗଠନ
ଭୁବନେଶ୍ୱର- ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନର କର୍ମକର୍ତ୍ତାମାନେ ରାଜଭବନ ପରିସରରେ ମାନ୍ୟବର ରାଜ୍ୟପାଳ ପ୍ରଫେସର ଡଃ ଗଣେଶୀ ଲାଲଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ନୂତନ ବର୍ଷ ୨୦୨୦ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମାନ୍ୟବର ରାଜ୍ୟପାଳ ମହୋଦୟ ଆଗାମୀ ବର୍ଷ ପାଇଁ ସ୍କାଉଟ୍ ଓ ଗାଇଡ଼୍ ସଂଗଠନର ଶୁଭ କାମନା କରିଛନ୍ତି ।


