ଓଡିଶା ଗସ୍ତରେ ମନୋଜ ସିହ୍ନା
ଆଜି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ରେଳ ରାଷ୍ଟମନ୍ତ୍ରୀ ମନୋଜ ସିହ୍ନା । ସେ ସକାଳ ୧୧ଟା ୩୦ରେ କୋରାପୁଟ ଜିଲ୍ଲା କୋଟପାଡ ଏନଏସି ଠାରେ ପହଂଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ଜଣାପଡିଛି । ଏନେଇ ବିଜେପି ନେତା ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅପରାହ୍ନ ୧.୩୦ରେ ଗଂଜାମ ଜିଲ୍ଲା ଛତ୍ରପୁର ଏନଏସିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।ଏହାପରେ ସେ ୨.୪୫ରେ ଖଲିକୋଟର ବିକ୍ରମପୁର ଗ୍ରାମ ପଂଚାୟତଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ ବୋଲି ସୂଚନା ମିଳିଛି ।


