ସିସିଟିଭି ଲାଗିନଥିଲେ ବାତିଲ ହେବ ପରୀକ୍ଷା କେନ୍ଦ୍ର
ଭୁବନେଶ୍ୱର- ଆସନ୍ତା ୨୭ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା ଆରମ୍ଭ ହୋଇ ଫେବୃଆରୀ ୫ରେ ସରିବ । ତେଣୁ ଚଳିତ ବର୍ଷ ସିସିଟିଭି ଲାଗିନଥିବା କେନ୍ଦ୍ରରେ ହେବନି ପରୀକ୍ଷା । ଶତ ପ୍ରତିଶତ କେନ୍ଦ୍ରରେ ସିସିଟିଭି ରହିବ । ଏପରିକି କେନ୍ଦ୍ରରେ ସିସିଟିଭି ଲାଗିନପାରିଲେ ପରୀକ୍ଷା କେନ୍ଦ୍ର ବାତିଲ କରି ସେଠାକାର ଛାତ୍ରଛାତ୍ରୀଙ୍କୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ଯୋଡ଼ାଯିବ ବୋଲି ଚେତାବନୀ ଦିଆଯାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥିପାଇଁ ପରିଷଦ ପକ୍ଷରୁ ଆସନ୍ତା ୭ ତାରିଖ ପର୍ୟ୍ୟନ୍ତ ସମୟ ଦିଆଯାଇଛି । ସିସିଟିଭି ଲଗାଇବା ପରେ ତା’ର ସମସ୍ତ ତଥ୍ୟ ସାମ୍ସ ଇ-ସ୍ପେସ୍ରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


