ଗଞ୍ଜାମ ପୈାରାଞ୍ଚଳର ବରିଷ୍ଠ ନାଗରିକ ପରିଷଦ ର ପଞ୍ଚଦଶ ବାର୍ଷିକ ଉତ୍ସବ
ଗଞ୍ଜାମ ,(ଯୁଗାବ୍ଦ ନ୍ୟୁଜ୍): ଗଂଜାମ ସହର ସ୍ତୁତ ଭାରତୀ ବିଦ୍ୟାପୀଠ ସଭାକକ୍ଷ ଠାରେ ଗଂଜାମ ପୈାରାଞ୍ଚଳର ବରିଷ୍ଠ ନାଗରିକ ପରିଷଦ ର ପଞ୍ଚଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସଂଯୋଜନା ରେ ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର ସାହୁ ଯୋଗ ଦେଇ ବରିଷ୍ଠ ନାଗରିକ ମାନଙ୍କ ଅନୁଭୂତି ର ବିକଳ୍ପ ନାହିଁ ।ସେମାନଙ୍କ ଅନୁଭୁତ ସମାଜର ଉନ୍ନତି ରେ ଅଂଶୀଦାର ହେଲେ ବିକାଶ କେହି ରୋକିପାରିବେନି ବୋଲି କହିଥିଲେ । ଗଞ୍ଜମ ରେ ପଟା ମିଳିବାରେ ବିଳମ୍ବ, ସିଟି ବସ , ଗଞ୍ଜମ କୁ ଆସିବା, ଡାକ୍ତର ଓ ପ୍ରଧାନ ଶିକ୍ଷକ ନିଯୁକ୍ତି , ଟ୍ରେନ ରହଣୀ ନେଇ ଆବଶ୍ୟକ ପଦେଖେପ ନେବେ ବୋଲି କହିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ରୂପେ ଛତ୍ରପୁର ଏସଡିପିଓ ଗୌତମ କିଷାନ ଯୋଗ ଦେଇ ବରିଷ୍ଠ ନାଗରିକ ଙ୍କ ଅବସର ଜୀବନ ସୁରକ୍ଷିତ ,ଖୁସୀରେ କଟାଇବେ ଏହା ପୋଲିସ ବିଭାଗ ପାଇଁ ଚାଲେଞ୍ଜ ଅଟେ। ସେମାନେ କିପରି ଭୟ ବିହୀନ ଜୀବନ କଟାଇବେ ସମସ୍ତ ଙ୍କ ର ସହଯୋଗ କାମାନକରିବା ସହ ପୋଲିସ ର ବିଭିନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ଅତିଥି ରୂପେ ଗ୍ରାସୀମ ଇଣ୍ଡଷ୍ଟିର ୟୁନିଟ ମୁଖ୍ୟ ଶଶାଙ୍କ ପାରିକ ଯୋଗ ଦେଇ ବରିଷ୍ଠ ନାଗାରିକ ର ଅଭିଜ୍ଞତା କୁ ନେଇ କାର୍ୟ୍ୟ କଲେ ସମାଜ ର ମଙ୍ଗଳ ହେବ , ଓ କମ୍ପାନୀ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ କହିଥିଲେ । ଆରମ୍ଭ ରେ ସମ୍ପାଦକ ଗୌରୀଶଙ୍କରପାଢ଼ୀ ବାର୍ଷିକ ବିବରଣୀ ପାଠରେ ଗଞ୍ଜାମ ସହରରେ ପଟାପ୍ରଦାନ, ମେଡିକାଲ ରେ ଡାକ୍ତର ନିଯୁକ୍ତି, ଭାରତୀ ବିଦ୍ୟା ପୀଠ ରେ ଦୀର୍ଘ ବର୍ଷ ଧରି ଖାଲି ଥିବା ପ୍ରଧାନ ଶିକ୍ଷକ ନିଯୁକ୍ତି, ସିଟି ବସ ଗଞ୍ଜାମ ସହରକୁ ସମ୍ପ୍ରସାରଣ,, ବିଭିନ୍ନ ଆବଶ୍ୟକ ଟ୍ରେନ ରହଣି ନେଇ ମୁଖ୍ୟ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଭପତି ଲିଙ୍ଗରାଜ ପଟ୍ଟନାୟକ ବରିଷ୍ଠ ନାଗରିକ ଙ୍କ ଦିଗଦର୍ଶନ ହିଁ ସମାଜକୁ ଆଗେଇ ନେବ ବୋଲି ତାଙ୍କ ବକ୍ତବ୍ୟ ରେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ପତିତପାବନ ମହାପାତ୍ର, ଜଗବନ୍ଧୁ ଦାସ ମଞ୍ଚାସିନ ଥିଲେ । ଏହି ଅବସରରେ ଅତିଥି ମାନେ ସ୍ମରଣୀକା ଉନ୍ମୋଚନ କରିଥିଲେ । ଶେଷରେ ସୁନାମଧନ୍ୟ ଓଡିଶୀ ନୃତ୍ୟ ଶିଳ୍ପୀ ଅଳକା ସାହୁଙ୍କ ଗ୍ରୁପ ନୃତ୍ୟ ପରିବେଷଣ କରିଥିଲେ। ଏହାକୁ ବ୍ରଜକିଶୋର ପାଣିଗ୍ରାହୀ, ବିନୋଦ ମହାପାତ୍ର, ପଦ୍ମଚରଣ ପାଢ଼ୀ, କିଶୋର ମହାପାତ୍ର, ଦଣ୍ଡାସି ସାବତ, ରାମକୃଷ୍ଣ ଆଚାର୍ୟ୍ୟ, ଦେବେନ୍ଦ୍ର ପଣ୍ଡା, ନରସିଂହ ପଣ୍ଡା, କୈଳାସ ପାଢ଼ୀ, ପ୍ରମୁଖ ପରିଚାଳନା କରିଥିବାବେଳେ ଅନ୍ୟମାନେ ସହଯୋଗ କରିଥିଲେ । ଏଥିରେ ବରିଷ୍ଠ ନାଗରିକ ସମେତ ବିଭିନ୍ନ ବର୍ଗ ର ଲୋକେ ଉପସ୍ଥିତ ଥିଲେ ।