ପାଲଙ୍ଗ , କାର୍ତିକଡିରେ ଧାନ ମୁଣ୍ଡିର ଶୁଭାରମ୍ଭ

ଗଞ୍ଜାମ,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ବ୍ଲକ ଅନ୍ତର୍ଗତ ପାଲଙ୍ଗ ଗ୍ରାମରେ ଜିପିଏଲ୍ ଏଫର ଧାନମଣ୍ଡିର ଗଞ୍ଜାମ ବିଡିଓ ଜ୍ୟୋତିଶଙ୍କର ରାୟଙ୍କ ଦ୍ୱାରା ଧାନ ମଣ୍ଡିର ଶୁଭାରମ୍ଭ ହୋଇଯାଇଛି ।ସେହିପରି ସନ୍ତୋଷପୁର ପଂଚାୟତରେ କାର୍ତ୍ତକଡି ଡି ଗ୍ରାମରେ ସରପଞ୍ଚ ନିରଞ୍ଜନ ରେଡ୍ଡି ଙ୍କ ଦ୍ୱାରା ଶୁଭାରମ୍ଭ ହୋଇଯାଇଛି । ଏହି ଧାନ ମଣ୍ଡି ଶୁଭାରମ୍ଭ ସମୟରେ ଅଂଚଳର ବହୁ ଚାଷୀ ଭାଇ ମାନଙ୍କ ସମେତ ପାଲଙ୍ଗ ସରପଞ୍ଚ ,ସମିତି ସଭ୍ୟ , ଏବିଡିଓ, ରାନୀରାଣୀ ମହାପାତ୍ର, ଭାରପ୍ରାପ୍ତ ବିପିଏମ ଜଳନ୍ଧର ମହାରଣା ।ମିଶାନ ଶକ୍ତିର ଚନ୍ଦନ ପାଢୀ , ସମେତ ବହୁ ଚାଷୀ ଉପସ୍ତିତ ରହିଥିବା ବେଳେ ସେହିପରି କାର୍ତ୍ତିକଡ ଗ୍ରାମରେ ରାମଚନ୍ଦ୍ର ରେଡି, ଧର୍ମେନ୍ଦ୍ର ଦାସ, କମଳା ରେଡି, ଏରେୟା ରେଡି, ବଳରାମ ରେଡି, ଶ୍ରୀରାମୁଲୁ ରେଡି, ନରହରିରେଡି, ଈଶ୍ୱରଜେନା, ଉମାଜେନା ଙ୍କ ସମେତ ଛଅଟି ଗ୍ରାମର ଚାଷୀ ଉପସ୍ଥିତ ଥିଲେ ।ଧାନ ମଣ୍ଡିର ଶୁଭାରମ୍ଭ ହୋଇଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ