ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଡଅଁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କୁଳମଣି ନାୟକଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଆଦର୍ଶ ଶିକ୍ଷକ, ପରୋପକାରୀ ଓ ଆମାୟିକ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରଚିତ ଥିଲେ । ଶିକ୍ଷାଦାନ କ୍ଷେତ୍ରରୁ ଅବସର ନେବାପରେ ସେ ଅନେକ ଆଧ୍ୟାତ୍ମିକ ଅନୁଷ୍ଠାନ ଓ ଆଞ୍ଚଳିକ ସାଂସ୍କୃତିକ ମଞ୍ଚ ସହ ଓତପ୍ରୋତ ଭାବେ ଜଡିତଥିଲେ । ସେ ଗତ ୨ତାରିଖ ଦିନ ମଧ୍ୟାହ୍ନରେ ବିଶ୍ରାମ ନେଉଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ସେଠାରେ ଚିକିତ୍ସାଧିନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ବଡପୁଅ ମନୋଜ ନାୟକ, ସାନପୁଅ ସରୋଜ ନାୟକ, ନାତି ପ୍ରୀୟରଞ୍ଜନ, ସୌମ୍ୟ ରଞ୍ଜନ, ଗତିକୃଷ୍ଣ, ମୋନାଲି, ଝିଅ, ଜ୍ୱାଇଁ ବନ୍ଧୁପରିବାର ଉପସ୍ଥିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳର ଶିକ୍ଷାବିତ, ବୁଦ୍ଧିଜିବୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।