ସର୍ବଭାରତୀୟ ମା ବାସୁଳୀ କପ, ସେମିରେ ଛତିଶଗଡ ଫରେଷ୍ଟ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ମଠ କପୁଣ୍ଡି ମିନି ଷ୍ଟାଡ଼ିୟମରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ଚାଲିଥିବା ସର୍ବଭାରତୀୟ ମା ବାସୁଳୀ କପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଆଜି ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚରେ ଛତିଶଗଡ ଫରେଷ୍ଟ ଫୋରସି ସମ୍ବଲପୁରକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଫୋରସି ସମ୍ବଲପୁର ପ୍ରଥମେ ଟସଜିତି ଛତିଶଗଡ ଫରେଷ୍ଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଛତିଶଗଡ ଫରେଷ୍ଟ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୫ଓଭରରେ ୯ଉଇକେଟ ହରାଇ ୧୪୪ରନ ସଂଗ୍ରହ କରିଥିଲା । ଦଳପକ୍ଷରୁ ବିକାଶ ରାଉତ ସର୍ବାଧିକ ୪୦ ବଲରେ ୩୨ ରନ ସଂଗ୍ରହ କରିଥିଲେ । ଫୋର-ସି ସମ୍ବଲପୁରର ପ୍ରଶାନ୍ତ ଠାକରେ ୫ ଓଭରରେ ୯ ରନ ଦେଇ ୨ ଟି ଉଇକେଟ ଅକ୍ତିଆର କରିଥିଲେ । ଏହାର ଜବାବରେ ଫୋର-ସି ସମ୍ବଲପୁର ୍ୱ୨୪ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୧୨୪ ରନ ସଂଗ୍ରହ କରି ପାରିଥିଲା ଦଳପକ୍ଷରୁ କୁଶଲ ପଟେଲ ୩୨ବଲରେ ୫ଟି ଛକା ବଳରେ ୪୯ ରନ କରିଥିଲେ । ଛତିଶଗଡ ଫରେଷ୍ଟର ବିକାଶ ରାଉତଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା । ଶାନ୍ତନୁ କୁମାର ରାଉତ ଓ ପଦ୍ମନାଭ ସାମଲ ଅମ୍ପାୟାର ଭାବେ ଖେଳ ପରିଚାଳନା କରିଥିବାବେଳେ ଜ୍ୟୋତିରଞ୍ଜନ ଜେନା, କାହ୍ନା ଜେନା, ମଣ୍ଟୁ ଜେନା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ସଞ୍ଜୟ ମଜମୁଦାର , ଗଣେଶ କୁଅଁର ଓ ପିଣ୍ଟୁଜେନା ଭାଷ୍ୟକାର ଭାବେ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ । ହଜାର ହଜାର ଦର୍ଶକ ଏହି ଖେଳକୁ ଉପଭୋଗ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ହାଟଡିହି କଲେଜର ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ସ୍ୱାଇଁ, ଶିକ୍ଷାବିତ ପ୍ରମୋଦ କୁମାର ଜେନା, ଆଞ୍ଚଳିକ ଯୁବ ପରିଷଦର ବରିଷ୍ଠ କର୍ମକର୍ତ୍ତା ଧବଳେଶ୍ୱର ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଛତିଶଗଡର ବିକାଶ ରାଉତଙ୍କୁ ମ୍ୟାନ ଅଫ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ । ସଭାପତି ଚିନ୍ମୟ ନାୟକ, ସମ୍ପାଦକ ଚିତ୍ତ ରଞ୍ଜନ ପାତ୍ର, ଅମିୟ ନାୟକ, ବଳରାମ ଜେନା, ଦେବାଶିଷ ବାରିକ, ମାନସ ଜେନା, ପ୍ରଦୀପ ଜେନା, ଭଗବାନ ନାୟକ, ଚାନ୍ଦିଆ ମୁଦୁଲି, ବିପିନି ଯେନା, ବିଜୟ ମଲ୍ଲିକ ପ୍ରଫୁଲ୍ଲ ସ୍ୱାଇଁ, ସୁଧାଂଶୁ ମଲ୍ଲିକ, ସୀତାରାମ ଜେନା, ପ୍ରତାପ ଦେବତା, ଚଗୁଲୁ ଯେନା, କାହ୍ନା ଜେନା, ହାଡିବନ୍ଧୁ ଭୁୟାଁ, ସତ୍ୟପ୍ରକାଶ ମହଲା, ଜ୍ୟୋତିରଂଜନ ନାୟକ ପ୍ରମୁଖ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଆସନ୍ତା କାଲି ୟୁନାଇଟେଡ ଇଲେଭେନ ବରହମପୁର ଓ ଛତିଶଗଡ ଫରେଷ୍ଟ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ