ଜନ ଶୁଣାଣି ଶିବିରରେ ୨୧ଜଣଙ୍କୁ ୭୩ହଜାର ଟଙ୍କା ସହାୟତା ପ୍ରଦାନ

କେନ୍ଦ୍ରାପଡା(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିରରେ ସୋମବାର ଜିଲ୍ଲାପାଳଙ୍କ ନିକଟରେ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ବାବଦରେ ଦରଖାସ୍ତ କରିଥିବା ୨୧ ଜଣଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ୭୩ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସେମାନେ ହେଉଛନ୍ତି ଆଇତିପୁର ଗ୍ରାମର ଅଜୟ ସାମନ୍ତରାୟଙ୍କୁ ୫ହଜାର, ରାଇତୁଣ୍ଡିର ଉପେନ୍ଦ୍ର ମଳିକଙ୍କୁ ୧୫ଶହ, ଘାଘରାର ସଂଗୀତା ବାରିକଙ୍କୁ ୫ହଜାର, କେନ୍ଦ୍ରାପଡା ସହରର ହଲିମା ବିବିଙ୍କୁ ୫ହଜାର, କାଉପଡାର ଭାଗବତ ନାଥଙ୍କୁ ୧୫ଶହ, ବାଲିଗୋଠର ମଞ୍ଜୁଲତା ସାମଲଙ୍କୁ ଏକହଜାର, ସମସରାର ସାଧୁ ରାଉତଙ୍କୁ ଏକହଜାର, ନରିଲୋର କବିତା ବରାଳଙ୍କୁ ୧୦ହଜାର, ଅରଖିଆର ଅରବିନ୍ଦ ବେହେରାଙ୍କୁ ଏକହଜାର, ନରେନ୍ଦ୍ରପୁରର ସୁଦର୍ଶନ ପଲେଇଙ୍କୁ ୨ହଜାର, କଚେରୀପଡାର ରୁନୁପ୍ରଭା ମଳିକଙ୍କୁ ୨ହଜାର, ତେଲେଙ୍ଗାବସନ୍ତର ଧର୍ମାନନ୍ଦ ପରିଡାଙ୍କୁ ୨ହଜାର, ଅଲିଫାର ରବିନ୍ଦ୍ର ନାଥ ମଳିକଙ୍କୁ ୧୫ଶହ, କଳାସପୁରର ସଞ୍ଜୟ କୁମାର ସାହୁଙ୍କୁ ଏକହଜାର, ବାରିମୂଳର ସୁରେନ୍ଦ୍ର କୁମାର ଦାସଙ୍କୁ ଏକହଜାର, ବରେଇର ମଧୁସ୍ମିତା ମଳିକଙ୍କୁ ଏକହଜାର, ଭରସିଂର ସେକ ସୋଲେମାନଙ୍କୁ ୧୫ଶହ, ମଠସାହିର ଅରୁଣ କୁମାର ରାଉତଙ୍କୁ ୨ହଜାର, ଜମଧରର ଚନ୍ଦ୍ରାବତୀ ବେହେରାଙ୍କୁ ୩ହଜାର, ବଗଡାର ମହେଶ୍ୱର ପଢିହାରୀଙ୍କୁ ୫ହଜାର ଓ ସନ୍ଥପୁରାର ଭାଗ୍ୟଧର ମଳିକଙ୍କୁ ୨୦ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ଜିଲ୍ଲା ଜରୂରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ