ସାଉଁଟି ସମାଜ ପକ୍ଷରୁ ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) ; ଛତ୍ରପୁର ବ୍ଲକ ଅନ୍ତର୍ଗତ ସୀତାନଗର କାଳିମନ୍ଦିର ପ୍ରାଙ୍ଗଣରେ ଚମାଖଣ୍ଡି ସରପଂଚ ସୁସ୍ମିତା ପ୍ରଧାନଙ୍କ ସଭାପତିତ୍ୱରେ ନବବର୍ଷ ଉପଲକ୍ଷେ ସାଉଁଟି ସମାଜର ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯ନଂ ଜୋନର ନବନିର୍ବାଚିତ ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ କୁମାର ପ୍ରଧାନଙ୍କୁ ସମାଜ ପକ୍ଷରୁ ପୁଷ୍ପ ଗୁୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ଜିଲ୍ଲାଉପଦେଷ୍ଟା ସିମାଚଂଳ ପ୍ରଧାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ସମିତି ସଭ୍ୟ ଭାଗିରଥି ପ୍ରଧାନ,ପାଲଙ୍ଗ ସରପଂଚ, ଶ୍ରୀରାମଚନ୍ଦ୍ରପୁର ସରପଂଚ, ଟାଙ୍ଗଣାପଲ୍ଲୀ ସରପଂଚ, ଚମାଖଣ୍ଡି ସମିତିସଭ୍ୟା ଏବଂ ସମାଜର ମାଟିଖାଲ ମଣ୍ଡଳସଭାପତି, ନରସିଂହପୁର ମଣ୍ଡଳ ସଭାପତି, ସଂପାଦକ, କେଟିଏନ୍ପୁର ମଣ୍ଡଳ ସଭାପତି, ଶିଖରପଲ୍ଲୀ ମଣ୍ଡଳ ସଂପାଦକ, ଏ.ତୋଟାପଲ୍ଲୀ ମଣ୍ଡଳ ଉପଦେଷ୍ଟା, ବିରୁଳି ମଣ୍ଡଳ ସଭାପତି ପ୍ରମୁଖ ଯୋଗଦେଇ ଆଗାମୀଦିନ ମାନଙ୍କ ରେ ସମାଜ ଯେପରି ସଂଗଠିତ ହେବ ତାହାରି ଉପରେ ସମସ୍ତେ ମତବ୍ୟକ୍ତ ରଖିଥିଲେ ।