୮ ତାରିଖ ଧର୍ମ ଘଟକୁ ସଫଳ କରିବା ପାଇଁ ଆହ୍ନ।ନ ଦେଲା ହିନ୍ଦ୍ ମଜଦୁର ସଂଘ
ବ୍ରହ୍ମପୁର, (ଯୁଗାବ୍ଦନ୍ୟୁଜ)- ମଙ୍ଗଳବାର ବ୍ରହ୍ମପୁର ନବୀନ ଭବନରେ ଶ୍ରମିକ ସଂଘଠନ ହିନ୍ଦୁ ମଜୁଦୁର ସଭା ଗଞ୍ଜାମ ପକ୍ଷରୁ ଆୟୋଜିତ ଜରୁରୀ ବୈଠକରେ ବରିଷ୍ଠ ନେତା ତଥା ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହା ବୈଠକରେ ଆଗାମୀ ୮ ତାରଖରେ ଭାରତ ବର୍ଷରେ କେନ୍ଦ୍ରୀୟ ଶ୍ରମିକ ସଂଘଠନ ପକ୍ଷରୁ ଦିଆଯାଇଥିବା ଧର୍ମଘଟକୁ ସଫଳ କରିବା ପାଇଁ ହିନ୍ଦ୍ ମଜୁଦୁର ସଭା ପକ୍ଷରୁ ଆହ୍ନାନ ଦିଆଯାଇଛି । ଏହ ଅବସରେ ହିନ୍ଦ୍ ମଜୁଦୁର ସଭା ସହ ଅନୁବନ୍ଧିତ ଥିବା ଶ୍ରମିକ ସଙ୍ଘଠନ କର୍ମଚାରୀମାନଙ୍କୁ ଏଥିରେ ସାମିଲ କରିବା ପାଇଁ ନିବେଦନ କରାଯାଇଛି । ସରକାରୀଙ୍କୁ ବିଭିନ୍ନ ଦାବୀ ଯଥା,ବେକାରୀଙ୍କୁ ନିଯୁକ୍ତି,ଶ୍ରମ ସଂଶୋଧନ ଆଇନକୁ ପ୍ରତ୍ୟହାର,ପ୍ରଚଳିତ ଶ୍ରମ ଆଇନକୁ କଡାକଡି ଲାଗୁକରିବା,ଶ୍ରମିକଙ୍କୁ ସର୍ବନିମ୍ନ ୧୮,୦୦୦ ଟଙ୍କା ପ୍ରଦାନ,ଠିକାକରଣ ଓ ଆଉଟ୍ ସୋର୍ସିଙ୍ଗ୍ ବନ୍ଦ କରିବା,ରଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର, ଘରୋଇ କରଣ ବନ୍ଦ କରିବା ଏହି ପରି ବିଭିନ୍ନ ଦାବୀକୁ ସରକାର ଗ୍ରହଣ କରିବା ନେଇ କାର୍ଯ୍ୟକାରୀ କରିବାକୁ ନେଇ ବୈଠକରେ ନିସ୍ପତି ନିଆଯାଇଛି । ଉକ୍ତ ବୈଠକରେ ସତ୍ୟନାରାୟଣ ତ୍ରିପାଠୀ,ମମତା ନାୟକ,ଜି.ଡି କର୍ମଚାରୀ ସଂଘର ସଂପାଦକ ଉତ୍ସବ ସାବତ,ନଗର ଚିକିତ୍ସାଳୟର ନରସିଂହ ରାଓ,ଟୁନା ଜେନା,ରବିନ୍ଦ୍ର ନାୟକ,ସଂଦେଶ ଦାସ,ତ୍ରିନାଥ ଠାକୁର,ପଟାରିକ୍ସା ସଂଘର ସଂପାଦକ ଘନଶ୍ୟାମ ସାହୁ, ଉଲ୍ଲାସ ଗୈଡ ପ୍ରମୁଖ ଯୋଗଦେଇ ୮ ତାରିଖ ଭାରତ ବନ୍ଦ କରିବା ପାଇଁ ନିସ୍ପତି ନିଆଯାଇଥିଲା ।


