ଦିଗପହଣ୍ଡିରେ ସାରଳା ବିଶ୍ୱ ଭାଷା ସମ୍ମିଳନୀ ପଦଯାତ୍ରା

ଦିଗପହଣ୍ଡି,(ଯୁଗାବ୍ଦ ନ୍ୟୁଜ୍‌): ଚଳିତ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ରାଜଧାନୀ ଭୂବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଆଦି କବି ସାରଳା ଦାସ ବିଶ୍ୱ ଭାଷା ସମ୍ମିଳନୀକୁ ଦିଗପହଣ୍ଡି ସହରବାସୀଙ୍କ ପକ୍ଷରୁ ସ୍ୱାଗତ ଏବଂ ସାଧୁବାଦ ଜଣାଯାଇଛି । ଏହି ପରିପ୍ରେକ୍ଷୀରେ ଜାନୁଆରୀ ୧ ତାରିଖ ଠାରୁ ୧୦ ତାରିଖ ଯାଏଁ ସମଗ୍ର ବିଶ୍ୱରେ ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମକୁ ସମର୍ଥନ ଏବଂ ଓଡିଆ ଭାଷା ପ୍ରତି ରହିଥିବା ଭାବକୁ ସମ୍ମାନ ଜଣାଇ ଦିଗପହଣ୍ଡିରେ ମଧ୍ୟ ସାରଳା ବିଶ୍ୱ ଭାଷା ସମ୍ମିଳନୀ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଆମଭାଷା ସାହିତ୍ୟ ସଂସଦ ଏବଂ ଖେମୁଣ୍ଡି ଓକିଲ ସଂଘ ମିଳିତ ସହଯୋଗରେ ଏକ ପଦଯାତ୍ରା ଖେମୁଣ୍ଡି ଓକିଲ ସଂଘ କାର୍ଯ୍ୟାଳୟ ଠାରୁ ବାହାରି ତହସିଲ, ବ୍ଳକ ଏବଂ କୋର୍ଟ ପରିସର ପରିକ୍ରମା କରିଥିଲା । ସରକାରୀ କାର୍ଯ୍ୟାଳୟ ବିଶେଷ କରି କୋର୍ଟ ସମ୍ବନ୍ଧିତ ସମସ୍ତ ଜାବତୀୟ କାଗଜାତ ଓଡିଆ ଭାଷାରେ ପ୍ରସ୍ତୁତ ଏବଂ ବ୍ୟବହାର କରଣକୁ ଗୁରୂତ୍ୱାରୋପ ଦିଆଯିବାକୁ ମତ ପ୍ରକାଶ ପାଇଥିଲା । ଆଦିକବି ସାରଳା ଭାଷା ଏବଂ ତାଙ୍କର ଦ୍ୱାରା ଅନୁବାଦିତ ସମସ୍ତ ପୌରାଣିକ ସେତେବେଳର ସାଂପ୍ରତିକ ସ୍ଥିତିକୁ ପରଖି ରଚନା କରାଯାଇଥିବା ବେଳେ ବର୍ତ୍ତମାନ ସମୟରେ ସେଗୁଡିକର ଆବଶ୍ୟକତା ଅଧିକା ରହିଛି ବୋଲି ମତପ୍ରକାଶ ପାଇଥିଲା । ସେହିପରି ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ପରେ ଏହାକୁ ବିଶ୍ୱଦରବାରରେ ପହଞ୍ଚାଇବାକୁ ଯେଉଁ ପ୍ରୟାସ ଜାରି ରହିଛି ତାହାକୁ ସର୍ବତ୍ର ଭୂୟସୀ ପ୍ରଶଂସା ଜ୍ଞାପନ କରାଯାଇଥିଲା । ଅନୁଷ୍ଠିତ ପଦଯାତ୍ରା କାର୍ଯ୍ୟକ୍ରମରେ ଖେମୁଣ୍ଡି ଓକିଲ ସଂଘ ସଭାପତି ରସାନନ୍ଦ ରାଉତ, ଉପସଭାପତି ବିଜୟ କୁମାର ପ୍ରଧାନ, ପ୍ରାକ୍ତନ ସଭାପତି ସୂର୍ଯ୍ୟନାରାୟଣ ସାହୁ, ପରେଶ ଚନ୍ଦ୍ର ରଥ, ଦିଗପହଣ୍ଡି କୋର୍ଟର ଏଜିପି ଦିଲ୍ଲୀପ କୁମାର ପାତ୍ର, ଆଇନଜିବୀ ସୁକାନ୍ତ ପ୍ରଧାନ, କିଶୋର ଗୌଡ, ମଞ୍ଜୁଳା ଲେଙ୍କା, ଆମଭାଷା ସାହିତ୍ୟ ସଂସଦ ସମ୍ପାଦକ ଆଇନଜିବୀ ଗଜାନନ ତ୍ରିପାଠୀ, ସାମାଜିକ କର୍ମୀ ପିଙ୍କୁ ପ୍ରଧାନ, ବେଦଭବନ ଛାତ୍ର ସମ୍ଭବ କୁମାର ତ୍ରିପାଠୀ, ଦେବୀପ୍ରସାଦ ମିଶ୍ର, ଦେବୀପ୍ରସାଦ ମହାପାତ୍ର, ଖେମୁଣ୍ଡି କଲେଜର ଛାତ୍ର ସୁଧିର କୁମାର ପଣ୍ଡା ପ୍ରମୁଖ ଉକ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମୀରକାନ୍ତ ତ୍ରିପାଠୀ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ