ପ୍ରତ୍ୟେକ ନାଗରିକ ମତଦାନ ରେ ସାମିଲ ହୁଅନ୍ତୁ-ନରେନ୍ଦ୍ର ମୋଦୀ

ସପ୍ତଦଶ ଲୋକସଭା ନିର୍ବାଚନ ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପୀଢ଼ିଙ୍କୁ ବହୁ ସଂଖ୍ୟାରେ ମତଦାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ମୁଖ୍ୟତଃ ମୋଦୀ ନବାଗତ ମତଦାତାଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ସେ କହିଛନ୍ତି, ଯେଉଁ ଲୋକସଭା ଆସନ ଗୁଡ଼ିକରେ ଆଜି ମତଦାନ ଚାଲିଛି, ସେଠାରେ ରେକର୍ଡ ସଂଖ୍ୟାରେ ମତଦାନ ହେଉ । ମତଦାତା ସେମାନଙ୍କର ଅଧିକାର ସାବ୍ୟସ୍ତ କରନ୍ତୁ । ମୋଦୀ କହିଛନ୍ତି, ସ୍ୱତନ୍ତ୍ର ଭାବରେ ମୁଁ ଯୁବ ତଥା ନବାଗତଙ୍କୁ ଅପିଲ କରୁଛି ଯେ, ସେମାନେ ରେକର୍ଡ ସଂଖ୍ୟାରେ ମତଦାନ କରନ୍ତୁ ।ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘର ମୁଖ୍ୟ ମୋହନ ଭାଗବତ ମହରାଷ୍ଟ୍ରର ନାଗପୁର ଲୋକସଭା ଆସନ ଅନ୍ତର୍ଗତ ଏକ ମତଦାନ କେନ୍ଦ୍ରରେ ଭୋଟ ଦେଇଛନ୍ତି । ମତଦାନ ସାବ୍ୟସ୍ତ କରିବା ପରେ ଆରଏସଏସ ମୁଖ୍ୟ ଭାଗବତ କହିଛନ୍ତି, ମତଦାନ କରିବା ଆମର କର୍ତ୍ତବ୍ୟ । ତେଣୁ ପ୍ରତ୍ୟେକ ନାଗରିକ ମତଦାନ କରିବା ଦରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ